ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ମହା ଅବସରରେ ମାନ୍ଯଵର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭୟ ଵାଣୀ ” ଗୋଟିଏ ଗଛ କୋଟିଏ ଜୀବନ ” କୁ ଅନୁସରଣ କରି ଗଡଵିଷୁନପୁର ପଞ୍ଚାୟତ ର ଗୋପାଳପୁର ଏବଂ ଶାନ୍ତିମୁନି ସ୍କୁଲ ପ୍ରାଙ୍ଗଣରେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ, ଗଡଵିଷୁନପୁର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଏଥିରେ ମୁଖ୍ଯ ଅତିଥି ଭାବେ ଏରସମା ଵ୍ଲକ ସଭାପତି ପିତ୍ତବାସ ଗଚ୍ଛାୟତ, ବ୍ଲକ ଚେୟାରମ୍ଯାନ ଲକ୍ଷ୍ମୀପ୍ରିୟା ମହାପାତ୍ର,ଯୁବ ସଭାପତି ପାର୍ଥସାରଥି ରାଉତ,ବଂଶୀଧର ପୁହାଣ, ସମାଜସେବୀ ପ୍ରଭାକର ବେହେରା, ପଞ୍ଚାୟତ ଯୁବ ସଭାପତି ହରିହର ମଣ୍ଡଳ, ରଶ୍ମିରଞ୍ଜନ ଵେହେରା, ପ୍ରତାପ ସ୍ବାଇଁ, ଗଗନ ସ୍ବାଇଂ, ପ୍ରେମାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post