ଭଦ୍ରକ/ସୀତାକାନ୍ତ ପାଢ଼ୀ-:ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକ ଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ, ଲୁଟିନେଲେ ଟଙ୍କା ଓ ସୁନା ଚେନ. ଗୁରୁତର ଅବସ୍ଥାରେ ଯୁବକ ମେଡିକାଲ ରେ ଭର୍ତ୍ତି. ଗୁରୁତର ଯୁବକ ଜଣକ ହେଲେ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବିଦାଙ୍ଗ ଅଞ୍ଚଳର ପ୍ରମୋଦ ସାହୁ. ସୂଚନା ଅନୁଯାୟୀ, ଯୁବକ ଜଣକ ଘରୁ ନିଜ କାର୍ଯ୍ୟ ସ୍ଥଳକୁ ଯାଉଥିବା ସମୟରେ ଡାହାଣୀଗଡ଼ିଆ ଛକ ନିକଟରେ ପୂର୍ବ ଯୋଜନା ମୁତାବକ ତିନି ରୁ ଚାରି ଜଣ ଯୁବକ ଅତର୍କିତ ଭାବେ ପ୍ରମୋଦ ଙ୍କୁ ଆକ୍ରମଣ କରିଥିଲେ. ଧାରୁଆ ମାରଣାସ୍ତ୍ର ରେ ପ୍ରମୋଦ ଙ୍କୁ ଆକ୍ରମଣ କରିବା ପରେ, ପ୍ରମୋଦ ତଳେ ପଡିଯାଇଥିଲେ. ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପ୍ରମୋଦ ଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଛନ୍ତି. ଅଭିଯୁକ୍ତ ମାନେ ଫେରାର ଥିବା ବେଳେ, ସେମାନଙ୍କୁ ଗିରଫ କରିବା ପାଇଁ ଗୁରୁତର ଙ୍କ ପରିବାର କହିଛନ୍ତି.
Sign in
Sign in
Recover your password.
A password will be e-mailed to you.
Prev Post