ରାସ୍ତା ଇମିତି ଯେ ଫସିଗଲେ ବିଡ଼ିଓ: ରାସ୍ତା ତଦାରଖ ପାଇଁ ଆସି ହଟହଟା

0

ଭଦ୍ରକ: (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ରାସ୍ତା ଖରାପ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦନ୍ତ ପାଇଁ ଯାଇଥିଲେ। ତଦନ୍ତ ସାରି ଫେରିବା ବେଳେ କାଦୁଅ ରାସ୍ତାରେ ବିଡ଼ିଓଙ୍କ ଗାଡ଼ି ଫସିଯାଇଛି। ଖବର ଅନୁସାରେ ଏପରି ଘଟଣା ଭଦ୍ରକ ଜିଲ୍ଲା କାଜିପୋଖରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ବନ୍ତ ଓ ଭଦ୍ରକ ବ୍ଲକର ସୀମାବର୍ତ୍ତି ଅଞ୍ଚଳ ହେଉଛି କାଜିପୋଖରୀ। ଏହି ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଅବସ୍ଥା ବହୁତ ଖରାପ ହୋଇଯାଇଛି।କିଛିଦିନ ପୂର୍ବରୁ ଏହି ରାସ୍ତାରେ ଆମ୍ବୁଲାନ୍ସ  ଯାଇ ନପାରିବାରୁ ରୋଗୀଙ୍କୁ ଖଟିଆରେ ବୁହା ହୋଇ ଅଣାଯାଇଥିଲା। ପରେ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଭେଟି ରାସ୍ତା ମରାମତି ପାଇଁ ଦାବି କରିଥିଲେ। ଭଦ୍ରକ ବିଡ଼ିଓ, ଅତିରିକ୍ତ ପିଡି ଏବଂ କନିଷ୍ଠ ଯନ୍ତ୍ରୀ ରାସ୍ତାର ଅବସ୍ଥା ତଦାରଖ ପାଇଁ ଯାଇଥିଲେ। କିନ୍ତୁ ଫେରିବା ବେଳେ ବିଡ଼ିଓଙ୍କ ଗାଡି ରାସ୍ତାରେ ଥିବା ଖାଲରେ ପଡ଼ି ଯାଇଥିଲା। ପରେ ସ୍ଥାନୀୟ ଲୋକମାନେ ଗାଡିକୁ ଖାଲରୁ ବାହାର କରିଥିଲେ।

Leave A Reply

Your email address will not be published.