ର୍ବତନ ସି. ଡି. ଏମ ଓ ଡ଼ଃ ଅଶୋକ ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସମିତିରେ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଅଶୋକ ପଟ୍ଟନାୟକ ଗତ ୧୭/୦୭/୨୦୨୨ରେ ଚିକିତ୍ସିତ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି l ଡ଼ଃ ପଟ୍ଟନାୟକ ୧୩/୪/୧୮ ରୁ ୩୧/୧୨/୧୮ ସମୟ ପର୍ଯ୍ୟନ୍ତ ସି. ଡି. ଏମ. ଓ ଥିଲେ l ତାଙ୍କ ଅବର୍ତ୍ତମାନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା l ଏହି ଶ୍ରୁତି ଶ୍ରଦ୍ଧାଞ୍ଜଳି ସଭାକୁ ଡା. କ୍ଷେତ୍ରବାସୀ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସଭାପତିତ୍ୱ କରିଥିଲେ l ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାକୁ ଡେପୁଡି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ l ଡା. ଅଜୟ କୁମାର ସ୍ୱାଇଁ, ଶିଶୁ ବିଶେଷଜ୍ଞ, ଡା. ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ )l ଡା. ନିମାଇଁ ଚରଣ ନାୟକ, (ଏଡିଏମଓ ମେଡିକାଲ )ଙ୍କ ସମେତ ବିନୋଦ କୁମାର ରଥ, ଅଜୟ କୁମାର କାନୁନଗୋ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଶକ୍ତିମୟୀ ସାମଲ, ହସ୍ପିଟାଲ ମ୍ୟାନେଜର ପ୍ରମୁଖ ଉପସ୍ଥିତ ରହି ଡା. ପଟ୍ଟନାୟକ ଙ୍କ ବହୁମୁଖୀ ପ୍ରତିଭା ସହ ତାଙ୍କ ସମୟରେ ଅନେକ ବିକାଶ ମୂଳକ କାର୍ଯ୍ୟକ୍ରମ ସାଙ୍ଗକୁ ଜିଲ୍ଲାରୁ ଜିଲ୍ଲାପାଇଁ ସନ୍ନମାନ ଆଦି ପାଇବା ବିଷୟରେ ସ୍ମୃତିଚାରଣ କରାଯାଇଥିଲା l ସର୍ବେ ପ୍ରଥମେ ଉପସ୍ଥିତ ସଦସ୍ୟ ସଦସ୍ୟା ୨ ମିନିଟ ପାଇଁ ବିଦେହୀ ଆତ୍ମା ର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ଜଳୁଆ, ଫାର୍ମାସିଷ୍ଟ ପ୍ରଭାତ କୁମାର ସାହୁ, ଆସିଷ୍ଟାଣ୍ଟ ଇଞ୍ଜିନିଅର ଚନ୍ଦନ କୁମାର ସାହୁ, ଆଇସିଏ ରାଜେଶ କୁମାର ପତି, ଆସିଷ୍ଟାଣ୍ଟ ମ୍ୟାନେଜର ସୁଜାତା ପ୍ରିୟମ୍ବଦା ଦାସ, କନସଲଷ୍ଟାଣ୍ଟ ଅସିତ କୁମାର ଦାଶ, ଅମିତା ପଣ୍ଡା,ସ୍ପିନୋଦ ପଟ୍ଟନାୟକ,ତ୍ରିଲୋଚନ ବାରିକ ଓ ଦୀପ୍ତି ରଞ୍ଜନ ଓଝା ଆଦି ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ l

Leave A Reply

Your email address will not be published.