ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଭା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବରିଷ୍ଠ ନାଗରିକ ମଞ୍ଚ ପାରଳାଖେମୁଣ୍ଡି ତରଫରୁ ସଦସ୍ୟ ମାନଙ୍କ ଏକ ସାଧାରଣ ସଭା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ରେଳବାଇ ପକ୍ଷରୁ ମଞ୍ଚକୁ ଜଣାଇଦିଆଯାଇଛି ଯେ ପାରଳାଖେମୁଣ୍ଡି ଷ୍ଟେସନର ପ୍ଲାଟ ଫର୍ମର ଉଚ୍ଚତା ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମଞ୍ଚ ତରଫରୁ କହିଛନ୍ତି। ସୁବାସଚନ୍ଦ୍ର ବେହେରା ବରିଷ୍ଠ ନାଗରିକ ମାନଙ୍କ ପରିବାରରେ ହେଉଥିବା ହଇରାଣକୁ ଆଇନ ଅନୁଯାୟୀ କିପରି ସମାଧାନ କରାଯାଇପାରିବ ସେ ବିଷୟରେ ଅଲୋକପାତ କରିଥିଲେ।
ସଭ୍ୟ ମାନେ ବିଭିନ୍ନ ଅସୁବିଧା ବିଷୟ ଉଠାଇ ଥିଲେ ଓ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ସହସମ୍ପାଦକ ରାଧାକୃଷ୍ଣ ମହାପାତ୍ର ମଞ୍ଚର ବିବରଣୀ ଓ କୋଷାଧ୍ୟକ୍ଷ ରଘୁନାଥ ମହାରଣା ଆର୍ଥିକ ବିବରଣୀ ପାଠ କରିଥିଲେ।
ଶେଷରେ ଉପସଭାପତି ଶ୍ରୀ ରାମଚନ୍ଦ୍ର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.