କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ କାଶୀପୁର ବ୍ଲକ ର ଝାଡା ବାନ୍ତି ଆକ୍ରାନ୍ତ ଅଞ୍ଚଳ ଗୁଡିକ ବୁଲି ଲୋକଙ୍କ ମତାମତ ନେଇଛନ୍ତି |ଗତ କିଛି ଦିନ ତଳରେ କାଶୀପୁର ବ୍ଳକର ବିଭିନ୍ନ ଅଞ୍ଚଳରେ ଝାଡା ବାନ୍ତିରେ 7ଜଣ ନିରୀହ ଜନତା ଙ୍କ ମୃତ୍ୟୁ ସହ ଶହେରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବା ଖବର ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ସହ ବିଧାନସଭା ରେ ମଧ୍ୟ ଝଡ଼ ସୃଷ୍ଟି କରିଥିଲା ସେ ନେଇ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କ ନେତୃତ୍ୱ ରେ ଚାରି ଜଣିଆ ସଦସ୍ୟ ଭୁଜବଳ ମାଝୀ, ନକୁଳ ନାଏକ, ବିନଧ ପାତ୍ର, ଚିନ୍ମୟ ବେଉରିଆ ପ୍ରଥମେ ଟିକିରି ଝୋଡ଼ିଆ ସାହି ସହ କୋରାକୁପୁଲି, ଡୁଡୁକା ବାହାଲ, ପଞ୍ଚାଳି ସହ ଟିକିରି ଆଉ ଉଷାପଡା ଡାକ୍ତରଖାନା ଯାଇ ଝାଡାବାନ୍ତି ର ସ୍ଥିତି ପରଖିଥିଲେ |ରାଜ୍ୟ ସରକାର ଆଜି ଯାଏଁ ଶୁଦ୍ଧ ପାନୀୟ ଜଳ ଯୋଗାଈବାରେ ବିଫଳ ଥିବା ସହ ଏଠି ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ଆବାସ ଯୋଜନା ରେ ପକ୍କା ଘର ଟିଏ ଯୋଗାଈବାରେ ବିଫଳ ଖାଲି ଟିଭି, ଖବର କାଗଜ ଆଉ ଫ୍ଲେକ୍ସ ରେ ବାହା ବାହା ନେଉଥିବା ବେଳେ କାଶୀପୁର ରେ ସ୍ୱାସ୍ଥ୍ୟ ସେବା ଦେବାରେ ବିଫଳ |ପ୍ରତି କିଛି ବର୍ଷ ବ୍ୟବଧାନ ରେ ବର୍ଷା ଋତୁ ଆସିଲେ କାଶୀପୁର ବ୍ଲକରେ ଝାଡା ବାନ୍ତି, ଅନାହାର ମୃତ୍ୟୁ ଭଳିଆ ଖବର ଆସେ କିନ୍ତୁ ବର୍ଷା ଋତୁ ପାଇଁ ପ୍ରଶାସନ ର କୌଣସି ପୂର୍ବ ପ୍ରସ୍ତୁତି ନଥାଇ ଝାଡବାନ୍ତି ରେ ଆକ୍ରାନ୍ତ ହୋଇ କିଛି ନିରୀହ ଲୋକଙ୍କ ମୃତ୍ୟୁ ପରେ ଖାଲି ପ୍ରଶାସନ ର ନିଦ ଭାଙ୍ଗୁଛି ବୋଲି ଉକ୍ତ ଚାରି ଜଣିଆ କମିଟି ସଦସ୍ୟ ସୂଚନା ଦେଇଛନ୍ତି ଏବଂ କଂଗ୍ରେସ ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଜ଼ିଲ୍ଲା ପରିଷଦ ରଂଜିତା ନାଏକ,mp Representative କାଶୀପୁର ବ୍ଲକ ସଦାନନ୍ଧ ନାଏକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆସଲାମ ଖାନ, ଜିଲ୍ଲା ଏସିସେଲ ସଭାପତି ରାଜେନ୍ଦ୍ର ଦୁରିଆ, ଜିଜୁରୁ ମାଝୀ, ଅନିଲ ଜେନ, ବ୍ଲକ ସଭାପତି ଅଗନ୍ଦ ନାଏକ, ଜୋସେଫ ଖସଲା, ସୁରତ ସ୍ୱାଇଁ ଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.