ଭଦ୍ରକ/ସୀତାକାନ୍ତ ପାଢ଼ୀ-:ଭଦ୍ରକ ଜିଲ୍ଲାର ବରପୁତ୍ର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ,ସୂଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵବଧାନରେ ସଂସ୍କୃତି ଭବନର ପାଠାଗାର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା।ଆୟୋଜିତ ଏହି ଉତ୍ସବକୁ ଜିଲ୍ଲାର ଜରୁରୀ କାଳୀନ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦିପ ପ୍ରଜ୍ଵଳନ କରିଥିଲେ। ବିପ୍ଳଵୀ ଚକ୍ରଧର ବେହେରା କିପରି ଏକା ଧାରରେ ଜଣେ ବିପ୍ଳବୀ, ସଂଗ୍ରାମୀ, କବି, ସମାଜସେବୀ, ସର୍ବପରି ବିଧାୟକ ଥିଲେ ତାହା ଅତିଥି ମାନେ ଆଲୋକ ପାତ କରିଥିଲେ । ସମାଜସେବୀ ସାହିତ୍ୟିକ ଅଜୟ କୁମାର ନାୟକ, ପ୍ରାକ୍ତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହରମୋହନ ଜେନା ମଧ୍ୟ୍ୟ ଚକ୍ରଧର ବେହେରା ଙ୍କ ଆଦର୍ଶ ବ୍ୟକ୍ତିତ୍ଵ ଓ ସଂଘର୍ଷ ମୟ ଜିବନ କାହାଣୀ ଉପରେ ବକ୍ତବ୍ୟ ରଖୁଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ ଗୋଲକ ବିହାରୀ ସାହୁ, ସମ୍ମାନିତ ବକ୍ତା ଭାବେ ରାମଚନ୍ଦ୍ର ପଲାଇ, ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରି ତନୁଜା ସିର୍କା ଓ ସ୍ମୃତି କମିଟିର ସମ୍ପାଦିକା ଶାନ୍ତିଲତା ନାଗ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post