ବାଲେଶ୍ଵର,ସିମୁଳିଆ (ଅକ୍ଷୟ କୁମାର ଜେନା):ଦୁର୍ବୃତ୍ତଙ୍କ ପାଦୃଭାବ ରେ ଅତିଷ୍ଠ ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତା ପୁର ଅଞ୍ଚଳବାସୀ। ପୋଲିସରେ ଅଭିଯୋଗ କଲେ ବି କିଛି ହେଉନାହିଁ ଆଖି ଦେଖିଲା ପରି କାର୍ଯ୍ୟାନୁଷ୍ଠାନ।
କେତେ ବେଳେ ଛକ ମୋବାଇଲ ଦୋକାନ ରୁ ଚୋରୀ ତ କେବେ ଲୁଗା ଦୋକାନ ଚୋରୀ ତ ଆଉ କେତେବେଳେ ସଉଦା ଦୋକାନ ରୁ ଚୋରୀ। ଗାଁ ଗହଳି ଭିତରେ ମଧ୍ୟ ଆସବାବ ପତ୍ର କିଛି ବି ରଖୁ ନାହାଁନ୍ତି ଏମିତି କି କହା ବାଡ଼ି ରେ ଟିୱେଲ, ଘର ବାସନ କୁସନ ଛେଳି କୁକୁଡ଼ା କଦଳୀ କାନ୍ଧି ପର୍ଯ୍ୟନ୍ତ ଏମିତି କି ଗଛ ର ଅମୃତ ଭଣ୍ଡା ବି ରଖୁ ନାହାଁନ୍ତି। ଏମିତି କାଣ୍ଡ କାରନାମା ଭିଆଉ ଛନ୍ତି ଦୁର୍ବୃତ୍ତ ମାନେ।ସିମୁଳିଆ ଥାନା ରେ ଅନେକ ଅଭିଯୋଗ କରି ମଧ୍ୟ ନୟାନ୍ତ ହେଉ ଛନ୍ତି ଜନ ସାଧାରଣ । ଅପରାଧୀ ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁ ନାହିଁ। ଏମିତି କି ପୋଲିସ ଉପରୁ ଆସ୍ଥା ତୁଟି ଗଲାଣି ସମସ୍ତ ଙ୍କ ର। ଏମିତି ଏକ ଘଟଣା କାଲି ବିଳମ୍ବିତ ରାତ୍ରି ଦେଖି ବାକୁ ଘଟିଯାଇଛି।ଅଭୟ ସେଠି ଙ୍କ ଗୋଲାପ ଫାର୍ମ ରୁ ଏକ ପାଣି ମୋଟର ଚୋରୀ ହେବା ସହ ଏହାକୁ ଲଗେଇ ଚାରି ଥର ଏହି ଫାର୍ମ ରୁ ଚୋରୀ ହେଲାଣି ଏବଂ ଶ୍ରୀ ସେଠି ପ୍ରତେକ ଥର ଏଫ୍ ଆଇ ଆର ଦେଇ ମଧ୍ୟ ପୋଲିସ କୌଣସି ପଦକ୍ଷେପନେଉ ନାହାନ୍ତି ବୋଲି ଅତି କ୍ଷୋଭ ର ସହ କହିଥିଲେ। ଏବଂ ଏହା ଫଳରେ ଚୋର ଙ୍କ ସାହସ ବଢିବା ସହ ଦିନକୁ ଦିନ କିଛି ସୁରକ୍ଷିତ ନୁହଁ ବୋଲି ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ବସ୍ତୁ ସାଜିଛି।
Sign in
Sign in
Recover your password.
A password will be e-mailed to you.