ନବରଙ୍ଗପୁର/ଅଶୋକ ସାହୁ: ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ରାବନ ଗୁଡ଼ା ଗ୍ରାମର ଜଣେ ଆଠ ବର୍ଷର ଦିବ୍ୟାଙ୍ଗ ଛାତ୍ର ମୋହନ ମାଝି ଙ୍କ ସମନ୍ଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କୁ ଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଗ୍ରାମରୁ ଆଜି ଶ୍ରୀ ମାଝି ଙ୍କୁ ନବରଙ୍ଗପୁର ଜିଲ୍ଲା ଭିନ୍ନକ୍ଷମ ପୁର୍ନଉଥାନ କେନ୍ଦ୍ର କୁ ଆଣି ଆବଶ୍ୟକୀୟ ଦରକାରୀ ବସ୍ତୁ ଜିଲ୍ଲାପାଳ ଡଃ ମିଶ୍ରଙ୍କ ଉପସ୍ଥିତିରେ ପ୍ରତିରୋପଣ କରାଗଲା । ଜିଲ୍ଲାପାଳଙ୍କ ଏହି ସମୟୋଚିତ ପଦକ୍ଷେପ ଦିବ୍ୟାଙ୍ଗ ଶିଶୁ ମୋହନଙ୍କ ମୁହଁରେ ଫୁଟାଇଦେଇଛି ହସ | ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ନବଘନ ସେଠି, ବିଭୁଦତ୍ତ ସେଠି, ଶିବ ପ୍ରସାଦ ସାହୁ, ଘନଶ୍ୟାମ ବେହେରା, ମିଥୁନ ତ୍ରିପାଠୀ, ତପନ ବେହେରା, ମହେନ୍ଦ୍ର ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post