ଜଗତସିଂହପୁର/ସୁମନ୍ତ କୁମାର ଦାସ: କୌଣସି କାର୍ଯ୍ୟ ପାଇଁ ବ୍ୟାଙ୍କକୁ ଯାଇଥିବା ଜଣେ ବୟଜ୍ୟଷ୍ଠ ବୃଦ୍ଧାଙ୍କୁ ମାଡ଼ ମାରିବା ଭଳି ଏକ ଅଭାବନୀୟ ଘଟଣା ରାହାମା ଅଂଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି l ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ନିକଟସ୍ଥ ପଣ୍ଡୁଆ ଗ୍ରାମର କୁମ ସେଠି ନାମକ ବୟଜ୍ୟଷ୍ଠ ବିଧବା ଵୃଦ୍ଧା ଜନକ ନିଜର କାର୍ଯ୍ୟ ପାଇଁ ନିକଟସ୍ଥ ପଣ୍ଡୁଆ ସ୍ଥିତ ୟୁକୋ ବ୍ୟାଙ୍କକୁ ଯାଇଥିଲେ l ଦିନ ୩ ଟାରେ ବ୍ୟାଙ୍କ ଭିତରୁ ଵୃଦ୍ଧା ଜଣକ ନିଜର କାର୍ଯ୍ୟ ସାରିବା ବେଳକୁ ବ୍ୟାଙ୍କର ଗେଟ ତାଲା ପଡିଯାଇଥିଲା l ବାହାରକୁ ଯିବା ନିମନ୍ତେ ବ୍ୟାଙ୍କ ଗେଟର ତାଲା ଖୋଲିବା ପାଇଁ ଵୃଦ୍ଧା ଜଣକ ଉକ୍ତ ବ୍ୟାଙ୍କର ଶଙ୍କର ଉତକ୍ଷିପ୍ତ ହୋଇ ବୃଦ୍ଧାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଇଏ କ’ଣ ତୋ ବୋପା ବ୍ୟାଙ୍କ୍ ତୁ ଯା ମୋର କଣ କରିବୁ କହି ଧକ୍କା ମାରିଥିଲେ l ପିଅନ ଦ୍ୱାରା ଅପମାନିତ ହେବା ସହ ମାଡ଼ ଖାଇବା ପରେ ଵୃଦ୍ଧା ଜଣକ ନିରୁପାୟ ହୋଇ ଘଟଣା ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇବାରୁ ସେ ଆମ କଥା ଶୁଣୁନାହିଁ, ତମେ ଯାହା କରିବା କଥା କର ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ ଠାରୁ ଉତ୍ତର ମିଳିଥିଲା ବୋଲି ବୃଦ୍ଧା ଜଣକ ଦୁଃଖର ସହକାରେ ପ୍ରକାଶ କରିଛନ୍ତି l ଏ ନେଇ ବିଧବା ଵୃଦ୍ଧା କୁମ ସେଠି ଉକ୍ତ ୟୁକୋ ବ୍ୟାଙ୍କ ପିଅନ ଶଙ୍କରା ନାମରେ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.