ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦଘାଟନ କଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା

0

କଲ୍ୟାଣସିଂହପୁରରୁ ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ଦାନ୍ତଲିଙ୍ଗି ଠାରେଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ (ବସୁଧା)କୁ ଉଦଘାଟନ କଲେ କୋରାପୁଟ ଲୋକସଭା ସାଂସଦସପ୍ତଗିରି ଶଙ୍କର ଉଲ୍ଲାକା ।ଆଜି କୋରାପୁଟ ଲୋକସଭା ସାଂସଦସପ୍ତଗିରି ଶଙ୍କର ଉଲ୍ଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କୁ ଉଦଘାଟନ କରିଥିଲେ ।ଏଥିରେ ସରପଞ୍ଚ ଲଛପତି ମିନିଆକା ,ସମିତି ସଭ୍ୟା ସରମିଲା କଣ୍ଡାଗିରି,ନାୟବ ସରପଞ୍ଚ ମେନୁକା ହିମିରିକା, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, କଲ୍ୟାଣସିଂହପୁର ସରପଞ୍ଚ ଗୌତମ ବାର୍ଲ ,କଂଗ୍ରେସ ଦଳୀୟ ବ୍ଲକ ସଭାପତି କୋଟା ସୁରିୟା ରାଓ , ନୀଳମାଧଵ ହିକକା ,ପୂର୍ବତନ ଜିଲାପରିସଦ ସଦସ୍ୟ ଆପୁଲୁସ୍ୱାମୀ କୌଶଲ୍ୟା,ବରିଷ୍ଠ ନେତା ଚନ୍ଦ୍ର ମୌଳି କୁମୁନ୍ଦନ ସମେତ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ । ସାଂସଦ ପାଣ୍ଠିରୁ (୪୦୭୦୦୨୨ ଟଙ୍କା ) ୪୦ ଲକ୍ଷ ୭୦ହଜାର ୨୨ ଟଙ୍କା ବ୍ୟୟ କରି ଉକ୍ତ ୫୦ହଜାର ଲିଟର ପାଣି ଟାଙ୍କି ନିର୍ମାଣ କରି ଥିଲେ । ସେହିପରି ଉକ୍ତ ପଞ୍ଚାୟତର ଅଡୁଗୁଡା ଗାଁରେ ମଧ୍ୟ ସାଂସଦ ପାଣ୍ଠିରୁ ସେହି ମୂଲ୍ୟର ଟଙ୍କା ବ୍ୟୟ କରି ପାଣିଟାଙ୍କି ଉଦଘାଟନ କରିଥିଲେ ।

Leave A Reply

Your email address will not be published.