ଭୁବନେଶ୍ୱର: ଭିଏସସନଗର “ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ” ତରଫରୁ ଭିଏସସନଗର ସରକାରୀ ହାଇସ୍କୁଲର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା -୨୦୨୨ ରେ ସର୍ବାଧିକ ମାର୍କ ରଖି A1 ଗ୍ରେଡରେ ପାସ କରିଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀ ଶ୍ରୀ ଆୟୁଷ୍ମାନ ମହାନ୍ତି, ଆୟୁଷ କୁମାର ମହନ୍ତି, ତନୁଶ୍ରୀ ମିଶ୍ର, ଓମ ପ୍ରକାଶ ରଣା, ଆଶିଷ କୁମାର ରାଉତ ଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ସ୍କୁଲ୍ ପରିସରରେ ଆୟୋଜିତ ହୋଇଥିଲା।ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ “ଶ୍ରୀ ଜଗନ୍ନାଥ ମେଧା ସମ୍ମାନ -୨୦୨୨” ସମ୍ମାନରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରିବା ସହିତ ଆଗାମୀ ଦିନରେ ଭଲ ପାଠ ପଢି ରାଜ୍ୟ ତଥା ଦେଶ ବିଦେଶରେ ସୁନାମ ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ସମସ୍ତ ୫ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପ ଗୁଛ, ପେନ୍ ଓ ୧୦୦୦ଟଙ୍କା “ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ” ତରଫରୁ ପ୍ରୋତ୍ସାହନ ରାଶି ଭାବେ ଦିଆଯାଇଥିଲା ବୋଲି ଟ୍ରଷ୍ଟର ସଭାପତି ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବଳ ସ୍କୁଲର ଛାତ୍ରଛାତ୍ରୀ ମାନେ ପରିଶ୍ରମ କରି ଆଗାମୀ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତା ପାଇଲେ ଏହି ଭଳି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେବାର ସୁଯୋଗ ମିଳିବ ବୋଲି କହିଥିଲେ। ପରେ ସ୍କୁଲ ପରିସରରେ ବିଧାୟକ ଓ ଟ୍ରଷ୍ଟ ତରଫରୁ ବନୋମହୋତ୍ସବ ପାଳନ ପୂର୍ବକ ନିମ୍ବ, ବଉଳ ଓ ଆମ୍ବ ଆଦି ଦଶ ଗୋଟି ବୃକ୍ଷ ରୋପଣ କରାଯାଇଛି ବୋଲି ଟ୍ରଷ୍ଟର ସଭାପତି ଡଃ ତ୍ରିପାଠୀ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , ସ୍କୁଲ କମିଟି ସଭାପତି ଶ୍ରୀ କୈଳାସ ଚନ୍ଦ୍ର ମିଶ୍ର, ୱାର୍ଡ ନମ୍ବର ୧୧ କର୍ପୋରେଟର ପ୍ରଭାସିନୀ ମହାନ୍ତି, ୱାର୍ଡ ନମ୍ବର-୧୭ କର୍ପୋରେଟର ପୂଜା ମହାରଣା ଅତିଥି ଭାବରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଟ୍ରଷ୍ଟ ପକ୍ଷରୁ ଶ୍ରୀ ସୌମ୍ୟ ରଂଜନ ପ୍ରଧାନ, ଦୀପକ ନାୟକ, ରାଜୀବ ନୟନ, ଦିନବନ୍ଧୁ ପତି, ଶିବାନନ୍ଦ ତାଡ଼, ସର୍ବଜିତ୍ ସାହୁ , ଟୁଲୁ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post