କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁରରେ ଦିନକୁ ଦିନ ଚୋରି, ହତ୍ୟା, ରାହାଜାନୀ ଭଳି କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଲିସ ପ୍ରଶାସନର ଆଖିରୁ ନିଦ ହଜିଯାଇଛି। ଗତକାଲି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ବେଳେ ରାତି ସମୟରେ କେହି ଅଜଣା ଦୁର୍ବୃତ୍ତ ଜେସିବି ଜାଳି ଦେଇଥିବା ଖବର କାଶୀପୁର ଅଞ୍ଚଳରେ ଏକ ପ୍ରକାର ଭୟ ସୃଷ୍ଟି କରିଛି।”ସୂଚନା ମୁତାବକ, କାଶୀପୁରର ସ୍ଥାନୀୟ ବାସିନ୍ଦା ତଥା କପଡା ବ୍ୟବସାୟୀ ମନୋଜ ମିଶ୍ରଙ୍କ ଜେସିବି ସ୍ଥାନୀୟ ରାଜା ନଅର ପରିସରରେ ରଖା ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। ଜେସିବିରେ ନିଆଁ ଲାଗିଥିବା ସମୟରେ କେହି ଦେଖି ପାରିନଥିଲେ। ଉକ୍ତ ଜେସିବିର ଟାୟାର ଫଟିବା ଫଳରେ ରଥରେ ଥିବା କିଛି ସେବାୟତ ଓ ଗୃହରକ୍ଷୀ ସେଠାକୁ ଯାଇ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହି ଘଟଣାର ୧୦ ମିନିଟ୍ ଭିତରେ ଉଭୟ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳେ ଉକ୍ତ ଜେସିବିର ୮୦ ଭାଗ ଯନ୍ତ୍ରାଂଶ ପୋଡିଯାଇଥିବା ଜଣାପଡ଼ିଛି।ବର୍ତ୍ତମାନ କାଶିପୁରରେ ଧନ ଜୀବନର ସୁରକ୍ଷା ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଏ ଦିଗରେ ପୁଲିସ ଓ ପ୍ରଶାସନ ଯଦି ଦୃଢ଼ ପଦକ୍ଷେପ ନ ନିଏ ତାହେଲେ କାଶିପୁର ଅଞ୍ଚଳରେ ଜୀବନଯାପନ ପରିସ୍ଥିତି ଅତି ଜଟିଳ ହୋଇପଡିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
Sign in
Sign in
Recover your password.
A password will be e-mailed to you.
Prev Post