ରାୟଗଡ଼ାରୁ ସରୋଜ କୁମାର ସାହୁ:ରାୟଗଡା ଜିଲ୍ଲା ଅନ୍ତର୍ଗତ ଜେମାଦେଇପେଣ୍ଠ ଷ୍ଟେସନ ନିକଟ( ଗୋଡାମ ) ଠାରେ ଅବସ୍ଥିତ ମା ମଝିଘରିଆଣି ମନ୍ଦିର ପରିଚାଳନା କମିଟି ଏବଂ ଭାରତୀୟ ମଜଦୁର ସଂଘର ମିଳିତ ଆନୁକୁଲ୍ୟରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ପରିଚାଳନା କମିଟିର କେ. ରାମବାବୁ, ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ, ସଂଘର ଜିଲ୍ଲା ସଂପାଦକ ଖଗେଶ୍ବର ସିଂଙ୍କ ନେତୃତ୍ବରେ ଜେମଦେଇପେଣ୍ଠ ମା ମଝିଘୋରିଆଣି ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଚାରା ସହ ନଡ଼ିଆ ଗଛ, ବେଲ ଗଛ, ଅଁଳା ଗଛ, ଲିମ୍ବ ଗଛ ଏବଂ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଛି l ଏହି ଉପଲକ୍ଷେ ଅତିଥି ଭାବ ଯୋଗୀ ଶ୍ରୀ ଚୈତନ୍ୟ ରାମ ସ୍ଵାମୀ ଜି ଏବଂ ଶେସଖାଲ ଥାନା ଅଧିକାରୀ ଶ୍ରୀ ନୀଳାମ୍ବର ଜାନୀ, ବନ ବିଭାଗ ଅଧିକାରୀ, ଜେମାଦେଇପେଣ୍ଠ ସରପଞ୍ଚ ମିତା ପୁଆଲା ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିବା ବେଳେ ମନ୍ଦିର ନିର୍ମାଣ ଭଳି ମହୋତ କାର୍ଯ୍ୟ ସହ ବୃକ୍ଷ ଚାରା ରୋପଣ ଭଳି ପାରିବେଶିକ ବିକାଶ କାର୍ଯ୍ୟରେ ସାମିଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହା ସହ ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ଏବଂ ଦେଶ ଗଠନର ବିକାଶ କାର୍ଯ୍ୟ ସହ ମନ୍ଦିର ନିର୍ମାଣ ଏବଂ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରୋମକୁ ମଧ୍ୟ ନିଜର କର୍ତ୍ତବ୍ୟ ଭାବରେ ଗ୍ରହଣ କରିଥିବାରୁ ଭାରତୀୟ ମଜଦୂର ସଂଘକୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଏମ. ଗୈାରୀ ଶଙ୍କର ରାଓ, ମୁକୁନ୍ଦ ପିଡିକା, ମୋହନ ରାଓ ମାଝୀ, ପ୍ରଶାନ୍ତ କୁମାର ପାଳ, କେ. ଗୋପିନାଥ ନାଇଡୁ, କିଶୋର କୁମାର ସାହୁ, ଗଣେଶ ସାହୁ, ସନ୍ତୋଷ କୁମାର ଦାଶ, ଶ୍ରୀମତୀ ଉଷାରାଣୀ ଦାଶ, ପରମା ନନ୍ଦ ପ୍ରଧାନ, ରମେଶ କିଲାନା, ଚନ୍ରା ପୁଆଲା, ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପାଖଆଖ ଗ୍ରାମର ବାସିନ୍ଦା ମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.