ରଥଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟା

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ , ବାହୁଡ଼ାଯାତ୍ରା ଦିନ ସନ୍ଧ୍ୟାରେ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ (ଭଜନ ସମାରୋହ ) ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଯାତ୍ରାବାସୀ ଭରପୁର ଉପଭୋଗ କରିଥିଲେ।
ଚଳିତ ରଥଯାତ୍ରା ପରଦିନ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଲୋକମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ସେମାନଙ୍କ ମନୋରଞ୍ଜନ ପାଇଁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।
ଏହି ଆଠଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଦିନର ସନ୍ଧ୍ୟାରେ ଓଡିଶୀ , ଭାରତ-ନାଟ୍ୟମ ଓ କୁଚୁପୁଡ଼ି ନୃତ୍ୟ ସମେତ ଭଜନ ନୃତ୍ୟ , ସମ୍ବଲପୁରୀ ଓ ଭଜନ ସନ୍ଧ୍ୟା ପ୍ରଭୃତି ପରିବେଷଣ କରାଯାଇଥିଲା।
ସେହିଭଳି ବାହୁଡା ଯାତ୍ରା ଦିନ ଶେଷ ସନ୍ଧ୍ୟାରେ ସୁଦୂର ବ୍ରହ୍ମପୁରର କଳାକାର ମାନେ ଆସି “ଭକ୍ତି ନୈବେଦ୍ୟ” ସଂଗୀତ ପରିବେଷଣ କରିଥିଲେ।
ଏହି “ଭକ୍ତି ନୈବେଦ୍ୟ” ପୂର୍ଣ୍ଣ ସଂଗୀତ ସଂଗୀତ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁ ଲୋକମାନେ ରାତି ୧୧ ଟା ସମୟ ପର୍ଯ୍ୟନ୍ତ ଉପଭୋଗ କରିବା ସହ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ସାଦରେ ଗ୍ରହଣ କରିଥିଲେ।
ଏହି ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ପାରଳା ପୌର ପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ସଂସ୍କୃତି ସଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.