ଆରିକମା ସମବାୟ ସମିତି ସଭାପତି ନିର୍ଦ୍ଵନ୍ଦରେ ନିର୍ବାଚିତ

15

ରବି ନାରାୟଣ ସାହୁ (ଖୋର୍ଦ୍ଧା)–ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ସମବାୟ ସମିତିର ନୂତନ ସଭାପତି ଶରତ କୁମାର ପରିଡା ନାମାଙ୍କନ ଦାଖଲ କରି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।ସୁନଖଳା ସେବା ସମବାୟ ସମିତିର ପରିଚାଳକ ସନ୍ଦୀପ ପଟ୍ଟନାୟକ ମୁଖ୍ୟ ଅତିଥି ଓ ସ୍ଥାନୀୟ ସମବାୟ ସମିତିର ପୂର୍ବତନ ସମ୍ପାଦକ ଗୋପବନ୍ଧୁ ଦାଶ ଅତିଥି ଭାବେ ଯୋଗ ଦେଇ ନୂତନ ସଭାପତି ଶ୍ରୀ ପରିଡାଙ୍କ ସମେତ ନୂତନ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ ।ସୂର୍ଯ୍ୟ ନାରାୟଣ ପଣ୍ଡା,ସୁକାନ୍ତ କୁମାର ହୋତା,ଜିତେନ୍ଦ୍ର କୁମାର ସାହୁ,ପୂର୍ଣ୍ଣ ଚନ୍ଦ୍ର ମହାରଣା,ରମେଶ କୁମାର ଦାସ, ଭରତ ଚନ୍ଦ୍ର ବିଶ୍ୱାଳ, କାଲୁ ବିଶ୍ୱାଳ,ଗୋପବନ୍ଧୁ ଦାସ ପ୍ରଭାତ କୁମାର ଦଳେଇ,ଶ୍ୟାମ ସୁନ୍ଦର ସାହୁ,ଜଗବନ୍ଧୁ ମାର୍ଥା ଓ ପ୍ରତିମା ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ କୁ ସମ୍ପାଦକ କବିତା ପରିଡା ପରିଚାଳନା କରିଥିଲେ ।

Leave A Reply

Your email address will not be published.