ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ବାହୁଡା ଯାତ୍ରା ପ୍ରଶାସନିକ ସହଯୋଗ ଓ ବହୁ ଭକ୍ତ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ଧୂପ ସରିବାପରେ, ମାଧ୍ୟାନ ଧୂପ ଓ ପହଣ୍ଡି ପୂର୍ବରୁ ଦିଅଁମାନଙ୍କର ଶେଷ ଭୋଗ ଭାବେ ପରିଚିତ ଖିରି -ଖେଚୁଡ଼ି ଭୋଗ ଲାଗି କରାଯାଇ ଠାକୁର ମାନଙ୍କର ସେନାପଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ସମସ୍ତ ପୂଜାପଣ୍ଡା ସେବାୟତ ଓ ପହଣ୍ଡିଆ ସେବାୟତ ମାନଙ୍କଦ୍ୱାରା ପହଣ୍ଡି କାର୍ଯ୍ୟ ଯଥା ସମୟ ମଧ୍ୟରେ ଅନୁଷ୍ଠିତ ହୋଇ ରଥ ଉପରରେ ସମସ୍ତ ପାରମ୍ପରିକ କାର୍ଯ୍ୟ ସରିବା ପରେ, ଠାକୁର ରାଜା ବନବିହାରୀ ମିଶ୍ର ଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମହାପ୍ରଭୁଙ୍କ କୃପା ଲାଭ କରିବା ସହ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ମନ୍ଦିର ଟ୍ରଷ୍ଟି ତରଫରୁ ବିଧାୟକ ଶ୍ରୀ ଜେନାଙ୍କୁ ସମର୍ଦ୍ଧିତ କରାଯିବା ସହ ଶ୍ରୀ ଜେନା ମନ୍ତ୍ରୀ ଥିବା ସମୟରେ ମନ୍ଦିରର ଯେଉଁ ବିକାଶମୂଳକ କାର୍ଯ୍ୟ ହୋଇପାରିଛି ତାହା କେବଳ ବିଧାୟକ ପ୍ରତାପ ଜେନାଙ୍କ ଅଦମ୍ୟ ଉଦ୍ୟମ ପାଇଁ ସମ୍ଭବ ହୋଇପାରିଛି ଵୋଲି ମନ୍ଦିର ଟ୍ରଷ୍ଟି ପ୍ରକାଶ କରିଥିଲେ । ବଳଦେବଜୀଉଙ୍କ ମୁଖ୍ୟ ଟ୍ରଷ୍ଟି, ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ବେହେରା, ସହକାରୀ ଟ୍ରଷ୍ଟି ରାଜେନ୍ଦ୍ର ମୋହନ କର, ଅଜୟ କୁମାର ନନ୍ଦ ଓ ଜ୍ୟୋତିରଞ୍ଜନ ସ୍ୱାଇଁ ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହିତ ସରିବାପରେ, ରଥ ର ଡାହୁକ ଓ ମୁଖ୍ୟ ମହାରାଣୀ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଗ୍ରହଣ କରିବାପରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରାୟ ପଚାଶ ହଜାର ଭକ୍ତ ଉପସ୍ତିତି ଓ ହରିବୋଲ ହୁଳହୁଳି ଧ୍ୱନିରେ ବ୍ରହ୍ମକ୍ଷେତ୍ର ସତେ ଯେପରି ପାଲଟି ଯାଇଥିଲା ଭାବର ସହର, ଆଉ ଜଗନ୍ନାଥେ ପହଣ୍ଡି ହେଲାବେଳକୁ, ଇନ୍ଦ୍ର ଦେବତାଙ୍କ କୁଣ୍ଡା ଝାଡ଼ିଲା ପରି ବର୍ଷା ସତେ ଯେପରି, ସ୍ୱର୍ଗରୁ ପୁଷ୍ପ ବୃଷ୍ଟି କଲାଭଳି ବିରଳ ଦୃଶ୍ୟ ସମସ୍ତଙ୍କ ସମସ୍ତ ଭକ୍ତ ଙ୍କ ଭବେଗକୁ ଦ୍ବିଗୁଣିତ କରିଦେଇଥିଲା । ସେହି ପରମ ପୁରୁଷଙ୍କ କାର୍ଯ୍ୟରେ ସହଯୋଗ କରିବା ପାଇଁ, ନିଶ୍ଚିନ୍ତ କୋଇଲି ତହସିଲଦାର କର୍ଣ୍ଣଦେବ ସମାଦାର, ସାଲେପୁର ପୋଲିସ ପ୍ରଶାସନ, ଜିଗ୍ନିପୁର ସମିତି ସଭ୍ୟ ଓ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ସରପଞ୍ଚ ତିଳୋତ୍ତମା ରାଉତ, ଜିଲ୍ଲାପରିଷଦ ବିପ୍ଳବ କାପ, ବିସିଏ ସଭାପତି ଜ୍ଞାନରଞ୍ଜନ ରାଉତ ଓ ସଭ୍ୟମାନେ, ଜିଗ୍ନିପୁର ମାଈନାରୀଟି ସେଲ ସଭାପତି ଅବଦୁଲ ଅରମାନ ଖାନ, ବ୍ୟବସାୟୀ ସଂଘ ସଭାପତି ସନ୍ତୋଷ ପ୍ରଧାନ ଓ ସମସ୍ତ ପ୍ରକାର ର ନାଜୀମନ୍ତ ସେବାୟତ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସମସ୍ତ ଙ୍କ ଉପସ୍ତିତି ଓ ସହଯୋଗ ପାଇଁ ବଳଦେବଜୀଉଙ୍କ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.