ସୁଗୁଡ଼ା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ନିଲମ୍ବିତ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ତିଲେଇବଣି ବ୍ଲକ୍ ସୁଗୁଡ଼ା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଲୀଳାବତୀ ବେହେରା ଙ୍କୁ ଆଜି ନିଜ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି।
ସୂଚନା ମୁତାବକ, ପଞ୍ଚାୟତର ନିର୍ବାହୀ ଅଧିକାରୀ ଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇ ଆସୁଥିଲା। ଅନ୍ୟ ପକ୍ଷରେ ଗତ ସୋମବାର ଦିନ ସୁଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣୀ ଚାଲିଥିବା ବେଳେ ଜଣେ ଅସହାୟ ବୃଦ୍ଧା ସେଠାରେ ପହଞ୍ଚି ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଭତ୍ତା କରାଇଦେବାକୁ କହି ତାଙ୍କ ଠାରୁ ୫୦୦ଟଙ୍କା ନେଇଥିବା ନେଇ ଅଭିଯୋଗ କରିଥିଲେ। ଫଳରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ବିରକ୍ତି ପ୍ରକାଶ କରିବା ସହ ଅଭିଯୋଗର ତଦନ୍ତ କରିବାକୁ ଜିଲ୍ଲା ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ନିଲମ୍ବିତ ନିର୍ବାହୀ ଅଧିକାରୀ ଙ୍କୁ ଜିଲ୍ଲା ବାହାରକୁ ବିନା ଅନୁମତିରେ ଯିବା ପାଇଁ ମନା କରିଥିଲେ।

Leave A Reply

Your email address will not be published.