ବିଜେପୁର: ରଥଯାତ୍ରା ଅବସରରେ ପବିତ୍ର ନବମୀ ତିଥିରେ “ପ୍ରେରଣା ଅନୁଷ୍ଠାନ”, ଯୋଖିପାଲି ଆନୁକୂଲ୍ୟରେ ଯୋଖିପାଲି ବସ୍ ଷ୍ଟାଣ୍ଡରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ପ୍ରଜ୍ଞା ପରିମିତା ପାତ୍ର ଏବଂ ଡାକ୍ତର ଲିଙ୍ଗରାଜ ଦାସଙ୍କ ସହ ଅନ୍ୟ ସହକର୍ମୀ ମାନଙ୍କ ଦ୍ବାରା ଚିକିତ୍ସା କରାଗଲା । ଏହି ଅବସରରେ ଗ୍ରାମ ତଥା ଆଖପାଖ ଅଂଚଳର ଶତାଧିକ ରୋଗୀଙ୍କୁ ଚିକିତ୍ସା କରାଇ ନିଶୁଳ୍କ ଔଷଧ ବିତରଣ କରାଗଲା । ଆଗାମୀ ଦିନରେ ଅନୁଷ୍ଠାନ ତରଫରୁ “ଚକ୍ଷୁ ଶିବିର” ଓ “ରକ୍ତଦାନ ଶିବିର” ଅନୁଷ୍ଠିତ କରାଯିବ ବୋଲି ସଭାପତି କୁନ୍ଦନ ମହାପାତ୍ର ସୁଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.