ଜଗତସିଂହପୁରର ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଦୁଇଦଫା ଦାବିପତ୍ର ଦାଖଲ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁରର ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦୁଇଦଫା ଦାବି ସମ୍ବଳିତ ଏକ ଦାବିପତ୍ର ସଂଗଠନର ସଭାପତି ଜଗନ୍ନାଥ ବେହେରାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ପ୍ରଥମ ଦାବି ମୁତାବକ ଚାରିପୋଲିଆ ବଉଳପୁର ଗ୍ରାମର କ୍ଷୀରୋଦ ବେହେରାଙ୍କ ପୁତୁରା ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଘରୁ ମାଡ଼ ମାରି ଦୁଇବର୍ଷ ହେଲାଣି ବାହାର କରିଦେଇଛି ଯାହାଫଳରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ନିକଟସ୍ଥ ଏକ ହାଟରେ ଥିବା ସରକାରୀ ଘର ବାରଣ୍ଡାରେ ପାଲ ଟାଙ୍ଗି ରହୁଛନ୍ତି ଏବଂ ତାହା ସହିତ ବିଭିନ୍ନ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ । ଦ୍ଵିତୀୟ ଦାବି ସିଂହାରପୁର ଗ୍ରାମର କାଞ୍ଚନ ସିଂହ ନାମକ ଜଣେ ବିଧବା ମହିଳା ଜଣେ ଅନାଥ ଚକ୍ଷୁହୀନ ବ୍ୟକ୍ତିଙ୍କୁ ପୁଅ କରି ରଖିଛନ୍ତି , ସେ ମଧ୍ୟ ବିଭିନ୍ନ ସରକାରୀ ଯୋଜନାରୁ ଵଂଚିତ । ଏହି ଦୁଇ ଅସହାୟ ପରିବାର ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ବେଳାଏ ଖାଇଲେ ବେଳାଏ ଉପବାସ । ଏଣୁ ଏହି ସବୁ ଦାବି ନେଇ ଆଶ୍ରିବାଦ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଏହାର ଯଥାଶୀଘ୍ର ସମାଧାନ କରି ସମସ୍ତ ପ୍ରକାର ସରକାରୀ ସୁବିଧାସୁଯୋଗ ଯୋଗେଇ ଦେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.