ରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଓଡିଶା ସରକାର ଓ ଭାରତ ସରକାରଙ୍କ କୃଷି ବିଭାଗ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଦୁଇଟି ସଚେତନତା ରଥ ଶୁଭ ଆରମ୍ଭ ହୋଇଯାଇଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି।
ଉକ୍ତ ଦୁଇଟି ସଚେତନତା ରଥ ଚଳିତ ଜୁଲାଇ ମାସ ୩୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସାତଟି ବ୍ଲକର ବିଭିନ୍ନ ପଞ୍ଚାୟତକୁ ଭ୍ରମଣ କରି ଚାଷୀମାନଙ୍କୁ ଫସଲ ବୀମା ବିଷୟରେ ସଚେତନତା କରାଇବା ସହିତ ଚାଷୀମାନେ କିପରି ଭାବରେ ନିଜ ଫସଲକୁ ବୀମାଭୁକ୍ତ କରି ଫସଲ ସହିତ ଜଡିତ ହୋଇ ସେ ସମ୍ପର୍କରେ ଅବଗତ କରି ବୁଝିପାରିବେ। ଚଳିତ ବର୍ଷ ଖରିଫ ରତୁରେ ଗଜପତି ଜିଲ୍ଲାରେ ଧାନ , ମାଣ୍ଡିଆ , ଚିନାବାଦାମ , କପା ଓ ମକା ଫସଲ ବୀମାକୁ ଚାଷୀମାନେ ବୀମା ମୁକ୍ତ କରିପାରିବେ।
ଏଥି ପାଇଁ ବିଭିନ୍ନ ଫସଲ ପାଇଁ ଭିନ୍ନ ଭିନ୍ନ ପ୍ରିମିୟମ ପରିମାଣ ଧାର୍ଯ୍ୟ କରାଯାଇଛି। ଧାନ -ହେକ୍ଟର ପିଛା – ୧୩୬୫.୦୦ ଟଙ୍କା , ମାଣ୍ଡିଆ -ହେକ୍ଟର ପିଛା ୪୭୬.୦୦ ଟଙ୍କା , କପା -ହେକ୍ଟର ପିଛା ୩୫୨୫.୦୦ ଟଙ୍କା , ଚିନା ବାଦାମ -ହେକ୍ଟର ୧୨୩୦.୦୦ଟଙ୍କା , ମକା -ହେକ୍ଟର ପିଛା -୧୪୫୦.୦୦ ଟଙ୍କା।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ବେହେରା , କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଇରିନିଆସ ପ୍ରଧାନ , ସହକାରୀ କୃଷି ଅଧିକାରୀ ଶ୍ରୀ ସୁରଜ କୁମାର ପାତ୍ର , ଏଚଡିଏଫସି , ଏରଜିଓ ବୀମା କମ୍ପାନୀର ଅତୁଲ କୁମାର ଏବଂ ଶିବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post