ପଦ୍ମପୁର-ବରଗଡ଼ ଜିଲ୍ଲାର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ପରିସର ରେ ଆଜି ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି l ଯୁବ ରେଡକ୍ରସ୍, ଏନ.ଏସ.ଏସ., ଏନ୍.ସି.ସି.ଓ ଇକୋ କ୍ଳବ୍ ର ମିଳିତ ଉଦ୍ୟମରେ ଏହି କାର୍ଯକ୍ରମ ଆୟୋଜିତ ହୋଇଥିଲା l ପୁର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ଅପରାହ୍ନ ତିନିଟା ବେଳକୁ ଭାରପ୍ରlପ୍ତ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡା ଙ୍କ ସଭାପତିତ୍ବରେ ବୃକ୍ଷ ରୋପଣ କାର୍ଯକ୍ରମ ରେ ରେଞ୍ଜ ଅଧିକାରୀ ରାଜକୃଷ୍ଣ ଭୋଇ, ଫରେଷ୍ଟର ସରୋଜ କୁମାର ସାହୁ ଓ ପୂର୍ଣ୍ଣଚନ୍ଦ୍ର ଦୋରl, ପ୍ରକୃତି ବନ୍ଧୁ ମୀନକେତନ ସାହୁ, ସମାଜସେବୀ ନିରୋଜ ଦୋରl,ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ତାପିନି ପଣ୍ଡା, ଡ. ସଂଧ୍ୟାରାଣୀ କୁଆଁର, ଜୟକୁମାର ଭୁଏ, ଝୁନୁ ପରିଡ଼ା, ନିକିତା ଭୋଇ,ଦିଲ୍ଲୀପ କୁମାର ବହିଦାର,ପ୍ରଭାତ ମହାପାତ୍ର,ସଦlନନ ଭୋଇ, ବୁନି ସାହୁ, ସସ୍ମିତା ମେହେର,ଡ. ଭେଙ୍କଟେସ ମେହେର,ଡ.ବିରଞ୍ଚି ସାହୁ ଙ୍କ ସମେତ ସମସ୍ତ ଅଧ୍ୟାପକ -ଅଧ୍ୟାପିକା ,କର୍ମଚାରୀ ଓ ଶତାଧିକ ଛାତ୍ର ଛାତ୍ରୀ ଯୋଗଦାନ କରି କାର୍ଯକ୍ରମ କୁ ସlଫଲ୍ୟ ମଣ୍ଡିତ କରିଥିଲେ l
Sign in
Sign in
Recover your password.
A password will be e-mailed to you.