ଜିଏସଟି ଚଢ଼ାଉ ପ୍ରତିବାଦରେ ବ୍ୟବସାୟୀ ସଂଘ ପକ୍ଷରୁ ଉମରକୋଟ ବନ୍ଦ।

0

ଉମରକୋଟ/ଜିତେନ୍ଦ୍ର ମହାନ୍ତି -ବାଣିଜ୍ୟ କର ଓ ଜିଏସଟି ବିଭାଗ ଚଢାଉ ରେ ଅତିଷ୍ଠ ହୋଇ ଆଜି ଉମରକୋଟ ସହର ର ବ୍ୟବସାୟୀ ସଂଘ ପକ୍ଷରୁ ଯାହାର ପ୍ରତିବାଦ ରେ ୧୨ ଘଣ୍ଟିଆ ଉମରକୋଟ ସହର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରାଯାଇଥିଲା।ଗତ କିଛି ଦିନ ଧରି ବାଣିଜ୍ୟ କର ଓ ଜି ଏସ ଟି ବିଭାଗ ର ଅଧିକାରୀ ମାନେ ବାରମ୍ବାର ଉମରକୋଟ ଆସି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଉପରେ ଅତର୍କିତ ଚଢ଼ାଉ କରି ବ୍ୟବସାୟୀ ଙ୍କୁ ମନ ଇଚ୍ଛା ଫାଇନ ଆଦାୟ କରୁଛନ୍ତି। ଏଥି ନେଇ ଉମରକୋଟ ସହର ର ବ୍ୟବସାୟୀ ମାନେ ଆଜି ସକାଳ ୧୦ ଘଣ୍ଟା ସମୟରେ ସ୍ଥାନୀୟ ଧର୍ମଶାଳା ଠାରୁ ଶୋଭାଯାତ୍ରାରେ ରେ ବାହାରି ଉମରକୋଟ ସହର ପରିକ୍ରମା କରିଥିଲେ ପରେ ତହସିଲ କାର୍ଯ୍ୟାଳୟ କୁ ଯାଇ ତହସିଲଦାର ଙ୍କ ମାଧ୍ୟମରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା ପରେ ଏକ ସଭାର ଆୟୋଜନ କରାଯାଇଥିଲା। ବାଣିଜ୍ୟ କର ବିଭାଗ ର ଚଢ଼ାଉ ବ୍ୟବସାୟୀ ଙ୍କ ମେରୁଦଣ୍ଡ କୁ ଭାଙ୍ଗି ସାରିଲାଣି ବୋଲି ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି।। ଏହାକୁ ପ୍ରତିବାଦ କରି ସକାଳ ୦୬ ଘଣ୍ଟିକା ଠାରୁ ସଂଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଉମରକୋଟ ସହର ଓ ଏହାର ଆଖପାଖ ଅଞ୍ଚଳ ର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖାଯାଇଥିଲା । ଏହି ୧୨ ଘଣ୍ଟିଆ ବନ୍ଦ ରେ ସ୍ୱାସ୍ଥ୍ୟ ଓ ଜରୁରୀ କାଳୀନ ସମ୍ୱନ୍ଧୀୟ ସମସ୍ତ ପ୍ରତିଷ୍ଠାନ କୁ ବାଦ ଦେଇ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରୁ ବାଦ ଦିଆଯାଇଛି । ଯଦି ବିକ୍ରୀ କର ବିଭାଗ ର ଏହି ଘନ ଘନ ଚଢ଼ାଉ ଯଦି ଆଗାମୀ ଦିନରେ ବନ୍ଦ ନହୁଏ ତେବେ ଉମରକୋଟ ବ୍ୟବସାୟୀ ମାନେ ଆନ୍ଦୋଳନ କୁ ତୀବ୍ରତ୍ବର କରିବା ସହ ରାଜ ରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.