ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଦେବଗିରି ବାନାଞ୍ଚଳ ଗଜପତି ଜିଲ୍ଲା ଜଙ୍ଗଲ ବିଭାଗ ଆନୁକୂଲ୍ୟରେ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ୧୦୦ ରୁ ଅଧିକ ଚାରା ରୋପଣର ବ୍ୟବସ୍ଥା କରାଯାଇଛଥିଲା।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଓ ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ବୃକ୍ଷ ରୋପଣରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦେବଗିରି ବନାଞ୍ଚଳର ପି. ଭେଣକେଟ ରମଣ , ଆର.ଭେଣକେଟ ରମଣପଟ୍ଟନାୟକ , ଶିବରାମ ଶବର , ନିତିନି ପଣ୍ଡା , ଅଭିରାମ ମହାନ୍ତି ଓ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଗାମିଏଲ ରାଇତ , ତନୁଜ ପାଣିଗ୍ରାହୀ , ଈଶାନ ଚାନ୍ଦ ଓଁକାର , ଏ. ରବି କୁମାର , ସି. ଏ. ଚ. ବୈକୁଣ୍ଠ , ପି. କଂଶୁ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.