ଜିଲ୍ଳା ପ୍ରଶାସନ ଦ୍ୱାରା ବନ୍ଦ ହେଲା ବାଲ୍ୟ ବିବାହ

0

ଉଦ୍ଧାର ଦୁଇ ଜଣ ନାବାଳିକା ଙ୍କୁ ଜିଲ୍ଳା ଶିଶୁ ମଙ୍ଗଳ ଅଧିକାରୀ ପାଖରେ ଦାଖଲ

ସୁବର୍ଣ୍ଣ ପୁର (ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ ଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଓ ଚରଦା ଗ୍ରାମର ରୁ ଦୁଇ ଜଣ ୧୮ବର୍ଷରୁ କମ ବୟସ ର ଝିଅ ଙ୍କ ବିବାହ ହେବାକୁ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଙ୍ଗନୱାଡି କର୍ମୀ, ଆଶା, ଚାଇଲଡ ହେଲ୍ପ ଲାଇନ, ସରପଞ୍ଚ, ଗାଁ ବିଦ୍ୟାଳୟର ଶିକ୍ଷକ, ସେକ୍ଟର ସୁପରଭାଇଜର, ପୋଲିସ ପ୍ରମୁଖ ନାବାଳିକା ଙ୍କ ପରିବାର ର ଘରକୁ ଯାଇ କିଶୋରୀ ବାଳିକା ମାନଙ୍କୁ ୧୮ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ବିବାହ କରାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପରାମର୍ଶ ଦେଇଥିଲେ l ବାହା ଘର ବନ୍ଦ କରିବା ସଂଗେ ସଂଗେ ଉଭୟ ଝିଅ ଙ୍କୁ ଉଦ୍ଧାର କରି ଜିଲ୍ଳା ଶିଶୁ ମଙ୍ଗଳ କମିଟି ରେ ଦାଖଲ କରିଥିଲେ l ବର୍ତ୍ତମାନ ଜିଲ୍ଲାର ସଖୀ ସେଣ୍ଟର ରେ ଝିଅ ଦ୍ବୟ ଙ୍କୁ ଥଇଥାନ କରାଯାଇଛି l ଝିଅ ଦ୍ବୟ ଙ୍କୁ ଆଗକୁ ପଢ଼ିବାର ପରାମର୍ଶ ସହ ବୈଷୟକ ତାଲିମ ଦେବା ନିମନ୍ତେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଏକ୍ସନ ଏଡ଼ ବୁଝାଇଥିଲେ l ଝିଅ ଦ୍ବୟ ମଧ୍ୟ୧୮ ବର୍ଷ ପୂରଣ ହେଲେ ହିଁ ବିବାହ କରିବେ ବୋଲି ସହମତି ପ୍ରଦାନ କଲେ ଏବଂ ବୈଷୟିକ ଶିକ୍ଷା ଗ୍ରହଣ କରିବେ ବୋଲି ଝିଅ ଦ୍ବୟ ଙ୍କ ପିତା ମାତା ମଧ୍ୟ ଝିଅ ମାନଙ୍କ ଶିକ୍ଷା ପ୍ରତି ଧ୍ୟାନ ଦେବେ ଏବଂ ୧୮ ବର୍ଷ ପୂରଣ ହେଲେ ବିବାହ କରାଇବେ ବୋଲି ସହମତି ପ୍ରଦାନ କଲେ l

Leave A Reply

Your email address will not be published.