କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ତହସିଲଦାର କାର୍ଯ୍ୟଳୟ ରେ କାଶୀପୁର ଜନସାଧାରଣଙ୍କୁ ନାହିଁ ନଥିବା ହୋଇରାଣ ହେଉଥିବା ସମସ୍ୟା ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହେଉଥିବାବେଳେ ଆଜି କାଶୀପୁର ସୂଚନା ଅଧିକାର କର୍ମୀ ମାନଙ୍କୁ କାର୍ଯ୍ୟାଳୟ ରେ ଉପେକ୍ଷା କରାଯାଇଥିବା ଅଭିଯୋଗ ହେଇଛି । ଅଧିକାରୀ ଙ୍କ ଉପସ୍ଥିତିରେ ଏଭଳି ଉପେକ୍ଷାର ଶିକାର ହେଇଛନ୍ତି କାଶୀପୁର ର ଜୟ ଚନ୍ଦ୍ର ମାଝି, ସତ୍ୟ ନାରାୟଣ ସାହୁ ଓ ଗୋଲକ ବିହାରୀ ସାମନ୍ତରାୟ । କାଶୀପୁର ତହସିଲ ଦ୍ୱାରା ଗତଦିନ ରେ ପ୍ରଦାନ କରାଯାଇଥିବା ଜାତିଗତ ପ୍ରମାଣ ପତ୍ର ରେ କିଛିତ୍ରୁଟି ଓ ପାତରଅନ୍ତର ଅଭିଯୋଗ ନେଇ ଗୋଲକ ବିହାରୀ ସାମନ୍ତରାୟ ଓ ଅନ୍ୟ ଦୁଇ ସାଥି ଆର ଟି ଆଇ ମାଧ୍ୟମ ରେ ସୂଚନା ପ୍ରଦାନ ନିମନ୍ତେ କାଶୀପୁର ତହସିଲଦାର କାର୍ଯ୍ୟଳୟ ରେ ବୁଧବାର ଅପରାହ୍ନ ୩ ଟା ପହଞ୍ଚିଥିଲେ । ହେଲେ ତହସିଲ ସୂଚନା ଅଧିକାରୀ ମୁଖ୍ୟ କିରାଣୀ ସୁବାଷ ବେହେରା କୌଣସି କାରଣ ରୁ ପୂର୍ବାନ୍ହ ପର୍ଯ୍ୟନ୍ତ କାର୍ଯ୍ୟଳୟ ରହିଥିବାବେଳେ ଅପହରାନ୍ହ ସାଡେ ପାଞ୍ଚ ସମୟ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଅନୁପସ୍ଥିତ ରହିଥିଲେ । ହେଲେ ଆର ଟି ଆଇ ତଥ୍ୟ ଫର୍ମ କୁ ବରିଷ୍ଟ କିରାଣୀ ଅଶୋକ ପଣ୍ଡା ଙ୍କୁ ଦେବାରୁ ସେ ଫର୍ମ ପଢ଼ିସାରି ଫେରସ୍ତ କରିଦେଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଫର୍ମ ଟି କୁ କାଶୀପୁର ତହସିଲଦାର ଶରତ ଶବର ଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ସେ ମଧ୍ୟ ପ୍ରଥମେ ସେହି ତଥ୍ୟ ଫର୍ମ ଟି କୁ ପୁଙ୍ଖାନୁପୁଙ୍ଖ ଭାବେ ପଢି ପରେ ଗଙ୍ଗା ସାବତ ନାମକ ଜଣେ କର୍ମଚାରୀଙ୍କୁ ଅତିରିକ୍ତ ତହସିଲଦାର କୁଶ ଗରଡ଼ା ଙ୍କୁ ସେହି ଫର୍ମଦେବା ପରାମର୍ଶ ଦେଇଥିଲେ । କିନ୍ତୁ ଗଙ୍ଗା ସାବତ ଠାରୁ ଅତିରିକ୍ତ ତହସିଲଦାର କୁଶ ଗରଡ଼ା ଫର୍ମ ଗ୍ରହଣ କରିବା ପରିବର୍ତେ ପଢି ସାରି ପୁନର୍ବାର ତହସିଲଦାର ଶରତ ଶବର ନିକଟ କୁ ଫେରେଇ ଦେଇଥିଲେ । ପରେ ତହସିଲଦାର ପୁନର୍ବାର ଗଙ୍ଗା ସାବତ ଙ୍କୁ ଅତିରିକ୍ତ ତହସିଲଦାର ନିକଟରେ ନେଇ ଦେଇଦେବା କହି କାର୍ଯ୍ୟଳୟ ଛାଡି ଅନ୍ୟତ୍ର ଚାଲିଗଲେ । ହେଲେ ଉକ୍ତ ତଥ୍ୟ ଫର୍ମ ଗଙ୍ଗା ସାବତ ପୁନର୍ବାର ଅତିରିକ୍ତ ତହସିଲଦାର ଙ୍କୁ ଦେବା ରୁ ସେ ଗ୍ରହଣ ନ କରି ଟେବୁଲ ରେ ରଖିଦେବା କୁ କହି କାର୍ଯ୍ୟାଳୟ ବନ୍ଦ କରି ସେଠାରୁ ଚାଲିଯାଇଥିଲେ । ହେଲେ ନିୟମ ପ୍ରକାରେ ଜଣେ ଜନସାଧାରଣ ଲୋକଙ୍କୁ ବସିବାକୁ ଚେଇର ଦେଇ ଅଧିକାରୀ ଅଭିଯୋଗ ଶୁଣିବା ବ୍ୟବସ୍ଥା ରହିଥିବାବେଳେ କାଶୀପୁର ତହସିଲଦାର କାର୍ଯ୍ୟାଳୟ ରେ ବସିବାକୁ ଦେବା ଦୂରରେ ଥାଉ କୌଣସି ଅଭିଯୋଗ ମଧ୍ୟ ଅଣଦେଖା କରାଯାଉଛି । ଏଭଳି ସ୍ଥିତିକୁ ଆୟତ୍ତ କରିବାକୁ ୫ଟି ଭଳି ୫୦ ଟା ଟି ର ଯୋଜନା ସରକାର କରୁଥିଲେ ସୁଧା ଅଧିକାରୀ ଙ୍କର କୌଣସି ପ୍ରଭାବ ପଡିପାରୁନାହିଁ । ଏଣୁ ଜିଲ୍ଲା ଉଚ୍ଚ ପଦାଧିକାରୀଙ୍କ ଏସବୁ ସଂଜ୍ଞାନରେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.