ସାମ୍ବାଦିକ ରାଧାମୋହନଙ୍କ “ଶେଷ ପୃଷ୍ଠା” ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

0

ଭୁବନେଶ୍ୱର:- ଆଜି ରାଜଭବନରେ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେସି ଲାଲ୍ ରାଧାମୋହନ ମହାପାତ୍ର ଙ୍କ କବିତା ପୁସ୍ତକ “ଶେଷ ପୃଷ୍ଠା” ଉନ୍ମୋଚନ କରିଛନ୍ତି । ରାଧାମୋହନ ଜଣେ ଯୁବ ସମାଜସେବୀ, ସରକାରି ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ, ଦରଦୀ ପରୋପକାରି,ଦକ୍ଷ ସଙ୍ଗଠକ ଓ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ ଭାବେ ପରିଚିତ । ଯୁବ ପୀଢ଼ିର କବି ଭାବରେ ପ୍ରଥମ ଥର ଏହି ପୁସ୍ତକ ଲେଖିଛନ୍ତି । ତାଙ୍କରି ଲିଖିତ କବିତା ପୁସ୍ତକ “ଶେଷ ପୃଷ୍ଠା” ଆଜିର ସମାଜ ଓ ଯୁବ ପିଢୀ ଙ୍କ ନିକଟରେ ଆଦୃତି ଲାଭ କରି ପାରିବ ବୋଲି ରାଜ୍ୟପାଳ ଶ୍ରୀଯୁକ୍ତ ଗଣେସି ଲାଲ୍ ଆଶା ବ୍ୟକ୍ତ କରିଛନ୍ତି। ଯୁବ ପିଢ଼ିର ଲେଖକ ମାନଙ୍କୁ ଶ୍ରୀ ମହାପାତ୍ରଙ୍କ ପ୍ରଚେଷ୍ଟା ପ୍ରେରଣା ଯୋଗାଇବ ବୋଲି କହିବା ସହିତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave A Reply

Your email address will not be published.