ହାଟଡିହୀ(ମକର ଧ୍ୱଜ ଯେନା) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ର ପରିବେଶ ,ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ତରଫରୁ ଧାନଘର (ଇଞ୍ଚୋଳ) ଠାରେ ୭୩ ତମ ବନ ମହୋତ୍ସବ ସପ୍ତାହ ଅବସରରେ ସବୁଜ ସାଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୃତ୍ତିକା ,ବୃକ୍ଷ ଓ ଗୋ ପୂଜନ ସହ “ଜନ ,ଜମି,ଜଳ,ଜନ୍ତୁ ,ଜଙ୍ଗଲ ସଭିଏଁ ରହିଲେ ଆମ ମଙ୍ଗଳ” ରହିଲେ ବନ ,ବଞ୍ଚିବେ ଜନ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ଏଥିରେ ଅତିଥି ଭାବେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ,୩୬ ନଂ ଜିଲ୍ଲା ପରିଷଦ ସଦସ୍ଯା କୌଶଲ୍ୟା ସେଠୀ ,ହଦଗଡ ବନ୍ୟପ୍ରାଣୀ ବନ ଖଣ୍ଡର ବନାଞ୍ଚଳ ଅଧିକାରୀ ସୁମିତ ମହାନ୍ତି ,ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରିଣୀ ଆନନ୍ଦପୁର ଶିବାନୀ ମହାରଣା ,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା .ରଶ୍ମୀରଞ୍ଜନ ନାୟକ, ଗୋଷ୍ଠୀ କୃଷି ଅଧିକାରୀଙ୍କ ପ୍ରତିନିଧି ରଞ୍ଜିତ କୁମାର ସାମଲ ,ବନପାଳ କେଦାର ପାତ୍ର ,ଲକ୍ଷ୍ମୀଧର କିସ୍କୁ ,ଅମରେନ୍ଦ୍ର ନାଥ, ଯୁବ ଯନ୍ତ୍ରୀ ବିଶ୍ଵନାଥ ପ୍ରତାପ ଜେନା , ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ପଣ୍ଡା , ଧନେଶ୍ୱର ରାଉତ ପ୍ରମୁଖ ଯୋଗଦାନ କରି ଚାରା ରୋପଣ ଓ ପରିବେଶ ସୁରକ୍ଷାଉପରେ ଗୁରୁତ୍ବାରୋପ କରିଥିଲେ । ଚନ୍ଦନ ପଣ୍ଡାଙ୍କ ଆବାହକତ୍ବ ରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ଉମାକାନ୍ତ ପଣ୍ଡା ସଂଯୋଜନା କରିଥିଲେ । ଏହି ଅବସରରେ ଧାନଘର ଠାରେ ପଥପ୍ରାନ୍ତ ବନୀକରଣରେ ଲିମ୍ବ , ପେସ୍ତା ,ରାଧାଚୂଡା ,ମେହେଗାନି ଭଳି ବିଭିନ୍ନ ରକମର ୧୦୦ ରୁ ଊର୍ଦ୍ଧ୍ବ ଚାରା ଅତିଥିମାନଙ୍କ ସହ ମଞ୍ଚର ସଦସ୍ଯମାନେ ମିଳିତ ହୋଇ ରୋପଣ କରିଥିଲେ ।ଜୀବନ ରାଉତ , ରଞ୍ଜନ କୁମାର ପଣ୍ଡା ନାରାୟଣ ଜେନା ,ଉମାକାନ୍ତ ରାଉତ, ଅକ୍ଷୟ କୁମାର ଜେନା ,ରାଜୁ ରଣସିଂହ, ସୁମନ୍ତ କୁମାର ଜେନା ,ଦାମୋଦର ମହାନ୍ତି ,ରତ୍ନାକର ମହାନ୍ତି,ଅଭିନ୍ନ ଜେନା ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post