ଏଠି ଆଣ୍ଠେଇ ପଡିଛି ବିକାଶ : କଲ୍ୟାଣସିଂହପୁରରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା

0

ପ୍ରାୟ ୨ କିମି ବୋହି ଆଣିଲେ ରୋଗିବୁହା କର୍ମଚାରୀ।

କଲ୍ୟାଣସିଂ ହପୁର ରୁ ପ୍ରଦୀପ ଦଲାଇ: ଥମୁନି ଜନନୀ ଯନ୍ତ୍ରଣା | ସରକାରଙ୍କ ବିକାଶକୁ ଉପହାସ କରି ପଦାକୁ ଆସୁଛି ଗୋଟିଏ ଗୋଟିଏ ଲଜ୍ଜାଜନକ ଘଟଣା | ସ୍ୱାଧୀନତାର ଏତେ ବର୍ଷ ପରେ ଓ ବିକାଶର ଏତେ ଢ଼ୋଲ ପିଟିବା ପରେ ବି ମା ଭଉଣୀ ମାନଙ୍କ ଆତ୍ମସମ୍ମାନ ଓ ମର୍ଯ୍ୟାଦାକୁ ରକ୍ଷା କରାଯାଇପାରୁନି | ସନ୍ତାନଟିଏ ପ୍ରସବ କରିବା ପାଇଁ ସେମାନେ ସମ୍ମାନର ସହ ଦୁଆର ମୁହଁରୁ ଡାକ୍ତରଖାନାକୁ ଆସିବରୁ ବଂଚିତ ହେଉଛନ୍ତି | ପ୍ରସବ ବେଦନାର ଯନ୍ତ୍ରଣା ଭିତରେ ଭାର ହୋଇ ଆସୁଛନ୍ତି ମା ଭଉଣୀ ମାନେ ଗାଁ ଦାଣ୍ଡରେ | କେବେ କେଜାଣି ଆଖି ଖୋଲିବା ପ୍ରଶାସନ ! ହେବେ କେଜାଣି ହେବ ଯିବା ଆସିବା ପାଇଁ ସବୁଦିନିଆ ରାସ୍ତା ଟିଏ | କେବେ କେଜାଣି ସେ ବଂଚିତ ଗାଁ ର ମା ଭଉଣୀ ମାନେ  ଦୁଆର ମୁହଁରୁ ସମ୍ମାନର ସହ ଚଢି ପ୍ରସୂତି କେନ୍ଦ୍ରକୁ ଆସିବେ ! ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର  କତାଗୁଡା ଗାଁର  ଗର୍ଭବତୀଙ୍କୁ ପୁଣି ଥରେ  ରୋଗିବୁହା କର୍ମଚାରୀ ପ୍ରାୟ ୨ କିମି କାଦୁଅ ରାସ୍ତାରେ ଷ୍ଟ୍ରେଚର ବୋହି ଆଣୁଥିବା ଦେଖିବାକୁ ମିଳିଛି ।ଆଜି ସକାଳୁ ବନମାଳୀ ମିଣିଆକା ଙ୍କ ସ୍ତ୍ରୀ  ସାବିତ୍ରୀ ୱାଡ଼ାକା  ଗର୍ଭ ଯନ୍ତ୍ରଣାରେ ଛୋଟ ପଟ ହେବା ସହ ବାନ୍ତି କରିଥିଲେ | ଏହାକୁ ଦେଖି ପରିବାର ଲୋକେ ଛାନିଆ ହୋଇ ଆଶା ପ୍ରତିମା ଚୌଧୁରୀ ଙ୍କୁ ଯୋଗାଯୋଗ କରିଥିଲେ ।ଉକ୍ତ ଖବର ପାଇ ଆଶାଦିଦି ଗାଁରେ ପହଁଚି ମହିଳାଙ୍କ ଯନ୍ତ୍ରଣା ଦେଖି ସଙ୍ଗେ ସଙ୍ଗେ୧୦୮ କୁ ଯୋଗାଯୋଗ କରିଥିଲେ । ୧୦୮ ଆମ୍ବୁଲାନ୍ସ ବା ରୋଗିବୁହା ଗାଡି  କତାଗୁଡା ଗାଁକୁ ଭଲ ରାସ୍ତା ନଥିବାରୁ  କାଦୁଅ ରାସ୍ତାରେ ଗାଡ଼ି ଦବି ଯିବା  ଭୟରେ  ନେଇନଥିଲେ  ।ସେହି ଠାରୁ  ଷ୍ଟ୍ରେଚର ନେଇ ପ୍ରାୟ ୨ କିମି  ବର୍ଷା କାଦୁଅ ରାସ୍ତାରେ ଗର୍ଭବତୀ ଙ୍କୁ ପରିବାର ସହାୟତାରେ  ଫାର୍ମାସିଷ୍ଟ  ଦୁର୍ଗା ପ୍ରସାଦ ଜେନା,ଗାଡିଚାଳକ ଜୟସେନ ଲୟା, ହେଲ୍ପର ମେଡି ବାବୁନି ଜିଲୁଣ୍ଡା ଛକ ପର୍ଯ୍ୟନ୍ତ ବୋହି ଆଣିବା ପରେ ସେହି  ଠାରୁ ରୋଗିବୁହା ଗାଡ଼ିରେ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ସେଠାରେ ଡାକ୍ତର ଚିନ୍ମୟ ଲିମା ଦେଖି ଗର୍ଭବତୀ ମହିଳା ଠିକ ଥିବା କହିଥିଲେ । ଉକ୍ତ ବ୍ଲକ ରେ ବାରମ୍ବାର ଜନନୀ ଯନ୍ତ୍ରଣା  ହେଉଥିବା ଖବର ବିଭିନ୍ନ ଖବରକାଗଜ ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି । କଲ୍ୟାଣସିଂ ହପୁର ମାଝୀଗୁଡା ଓ ପାର୍ସାଲ ଠାରେ ମା ଗୃହ କରାଯାଇଛି । ଏହି ଅଂଚଳର ଗର୍ଭବତୀ ମାନଙ୍କୁ ପ୍ରସବ ର ପ୍ରାୟ ୨୦ ଦିନ ପୂର୍ବରୁ ଆଣି କଲ୍ୟାଣସିଂ ହପୁର ଓ ମାଝୀଗୁଡା ମାଗୃହରେ ରଖି ତାଙ୍କର ଯତ୍ନ ନେଇ ପ୍ରସବ ହେବା ପର୍ଯ୍ୟନ୍ତ ରଖିବା କଥା । କିନ୍ତୁ ଏହି ମା ଗୃହରେ ଏମିତି ନକରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସି ପ୍ରସବ କରୁଥିବା ମହିଳାଙ୍କ ନାମ ଉଲେଖ କରି ଅର୍ଥ ହଡପ କରୁଥିବା ଅଭିଯୋଗ ହୁଏ ।ଏଥିପ୍ରତି ଜିଲା ପ୍ରଶାସନ  ମାଗୃହ ଗୁଡିକର କାର୍ଯ୍ୟକାରିତା ଉପରେ  ସଠିକ ତଦନ୍ତ କରି କର୍ମଚାରୀ ଉପରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ପୁଣି ମାଗୃହକୁ ଗର୍ଭବତୀ ଙ୍କୁ ଆଣି ସରକାର ନିୟମ ଅନୁଯାୟୀ ସେବା ଯୋଗାଇ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.