ଅସହାୟଙ୍କ ଅନ୍ଧାରି ଜୀବନ ପାଇଁ ଦୀପ ସାଜିଛନ୍ତି ଦୀପା

0

ଅଭିଯୋଗ କରିବାକୁ ଆସି ଅଭିଯୋଗକାରି ମାନଙ୍କୁ ସାହାଯ୍ୟ କଲେ ଟୁଇଟର ଗାର୍ଲ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ବେଚ୍ଛାସେବୀ ଦୀପା ବାରିକ ବର୍ତ୍ତମାନ ସମଗ୍ର ରାଜ୍ୟ ତଥା ଦେଶରେ ଜଣେ ଜଣାଶୁଣା ଚେହେରା. ଟେମରି ଭଳି ଅଖ୍ୟାତ ପଲ୍ଲୀରୁ ସାରା ଭାରତରେ ତାଙ୍କର କାମ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି, ଜାତୀୟ ଗଣମାଧ୍ୟମରେ ମଧ୍ୟ ତାଙ୍କର ଚର୍ଚ୍ଚା ଚାଲୁଛି | ସବୁବେଳେ ଅସହାୟ ବା ଦୁର୍ଗତ ମଣିଷର ସହାୟତା ପାଇଁ ବା ତା ଜୀବନରୁ ଅସହାୟତାର ଅନ୍ଧାର ଦୂର କରିବା ପାଇଁ ଖବର ପାଇବା ମତେ ଦୀପଟିଏ ସାଜି ଆଗକୁ ବାହାରି ଆସନ୍ତି ଦୀପା ନିର୍ବିକାର ଭାବେ |

ତାଙ୍କର କିଛି ବିଶେଷ ଗୁଣପାଇଁ ସେ ସମସ୍ତଙ୍କ ମନ ଜିଣି ପାରୁଛନ୍ତି ବୋଲି ସମସ୍ତେ ଚର୍ଚ୍ଚା କରିଥାନ୍ତି,ଯାହାକି ଆଜି ପାଇକମାଲ ରେ ଦେଖିବାକୁ ମିଳିଥିଲା | ଘଟଣାଟି ହେଲା ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗ ତରଫରୁ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ଏହି କାର୍ଯ୍ୟକ୍ରମ କୁ ଦୀପା ବାରିକ ଏକ ଅଭିଯୋଗ ନେଇ ଯାଇଥିଲେ | ଟେମରି ଗ୍ରାମରେ ଏକ ପୋଲିସ ଫାଣ୍ଡି ନିର୍ମାଣ ନିମନ୍ତେ ସେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅନୁରୋଧ କରିଥିଲେ |ଏହାପରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ | ଦୀପା ନିଜ ଅଭିଯୋଗ କରିବା ପରେ ତାଙ୍କର ସେବା ମନୋଭାବ ତଥା ଲୋକମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଥିବା ସଦିଚ୍ଛା କାରଣରୁ ଅନ୍ୟ ଅଭିଯୋଗକାରୀ ମାନଙ୍କୁ ସହାୟତା କରିବାରେ ଲାଗିପଡିଥିଲେ |
ଏହିକ୍ରମରେ ସେ ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମରୁ ଆସିଥିବା ଏକ ଅସହାୟ ମହିଳାଙ୍କ ପାଇଁ ଦରଖାସ୍ତ ଲେଖି ଜିଲ୍ଲାପାଳ ପାଖକୁ ପଠେଇଥିଲେ | ଅଭିଯୋଗକାରିଣୀଙ୍କ କହିବା ଅନୁଯାୟୀ ସେ ପୂର୍ବରୁ ଝାରବନ୍ଧ ବିଡ଼ିଓ କାର୍ଯ୍ୟାଳୟ ଠାରୁ ଅନେକ ଥର ନିରାଶ ହୋଇ ଫେରିଥିଲେ | କଂସଡା ଗ୍ରାମ ପଞ୍ଚାୟତ ର ଦୁଇଜଣ ହିତାଧିକାରୀଙ୍କ ଘର ମିଳୁନଥିବାରୁ ସେମାନଙ୍କ ପାଇଁ ଦରଖାସ୍ତ ଲେଖିଥିଲେ. ଏହାପରେ ପାଇକମାଲ ର ଜନୈକ ଯୁବକଙ୍କ ଭିନ୍ନକ୍ଷମ ପ୍ରମାଣପତ୍ରରେ କମ ପ୍ରତିଶତ ଦେଇଥିବାରୁ ତାକୁ ବଢ଼େଇବା ପାଇଁ ଏକ ଦରଖାସ୍ତ ଲେଖି ଜିଲ୍ଲାପାଳ ଙ୍କୁ ଭେଟିବା ପାଇଁ କହିଥିଲେ | ଦୀପାଙ୍କ ଏତାଦୃଶ କାମ ଦେଖି ପ୍ରତ୍ୟକ୍ଷ ଭାବେ ଦୀପାଙ୍କୁ ନ ଦେଖିଥିବା କିଛି ବ୍ୟକ୍ତି ପ୍ରକୃତରେ ଦୀପାଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି ଚର୍ଚ୍ଚା କରୁଥିଲେ |

Leave A Reply

Your email address will not be published.