ଜଗତସିଂହପୁର ସମ୍ବାଦ ସାହିତ୍ୟିଘରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ସମ୍ବାଦ ସାହିତ୍ୟ ଘର ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ସମ୍ବାଦ ସାହିତ୍ୟ ଘରର ୪ର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି। ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ର ସମ୍ପାଦକ, ସମ୍ବାଦ ସାହିତ୍ୟ ଘର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଜୋଗ ଦେଇଥିବା ବେଳେ ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ସାରସ୍ୱତ ସାଧକ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ସାହିତ୍ୟିକ ଗୌରାଙ୍ଗ ଚରଣ ହୋତା ,ଜିଲ୍ଲା ସମ୍ବାଦ ସାହିତ୍ୟିଘର ସଂଯୋଜକ ସରୋଜ କୁମାର ଦ୍ଵିବେଦି ପ୍ରମୁଖ ଯୋଗ ଦେଇ ପାଶ୍ଚାତ୍ୟ ଓ ବର୍ତ୍ତମାନ ସମୟରେ ସାହିତ୍ୟର ପ୍ରଚଳନ, ଆଧୁନିକତାର ସ୍ପର୍ଶ ରେ ନିମ୍ନଗାମୀ ହେଉଥିବା ଭାଷା ଓ ସାହିତ୍ୟକୁ କିପରି ଚିର ଗୁରୁତ୍ୱ ଏବଂ ପ୍ରଚଳନ କରିବା ଆଦି ଉପରେ ମନ୍ତବ୍ୟ ଦେଇଥିଲେ। ଏଥିସହ ବିଶିଷ୍ଟ ବିକ୍ତି ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ତେବେ ଏହି କଳା ସାହିତ୍ୟର ମାଟି ଜଗତସିଂହପୁର ଜିଲାର ସାହିତ୍ୟ ସହ ରହିଥିବା ନିବିଡ଼ତା ଆଗାମୀ ଦିନରେ ସାହିତ୍ୟକୁ ରୁଦ୍ଧିମନ୍ତ କରିବ ବୋଲି ସମ୍ବାଦ ସାହିତ୍ୟ ଘର ଅଧ୍ୟକ୍ଷ ଆଶା ରଖିଥିବା ବେଳେ ଯୁବପିଢ଼ି ଆଧୁନିକତା ସହିତ ଭାଷା ସାହିତ୍ୟ ପ୍ରତି ଯତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସଂଯୋଜିକା।

Leave A Reply

Your email address will not be published.