ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ନବକୃଷ୍ଣ ଷ୍ଟାଡିଅମ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଜିଲ୍ଲା କ୍ରୀଡା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କ ଦ୍ୱାରା ଉଦଘାଟିତ କାର୍ଯ୍ୟକ୍ରମ ଶେଷ ହୋଇ ଯାଇଛି l ଏହି ପ୍ରତିଭା ଚୟନ ପ୍ରତିଯୋଗିତା ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ଉଦଘାଟନ କରି ଜିଲ୍ଲାପାଳ କହିଲେ ବିଭିନ୍ନ ବ୍ଲକ ରୁ ୧୦ରୁ୧୫ ବର୍ଷ ଛାତ୍ର ଛାତ୍ରୀ ମାନେ ଚୟନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l ଓଡିଶା ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଛନ୍ତି l ଆଗାମୀ ଦିନରେ ଓଡିଶା ରେ ହକି World cup ଅନୁଷ୍ଠିତ ହେବାକୁ ଯାଉଛି l ଓଡିଶା ରେ ଭଲ ଭଲ କ୍ରୀଡ଼ାବିତ ମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି l ଏହି ଚୟନ ପ୍ରକ୍ରିୟାରେ ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରିବେ, ସେମାନେ ରାଜ୍ୟ ସ୍ତରକୁ ଉନ୍ନତି ହେବେ l ୩୦ ଟି ଜିଲ୍ଲାରେ ଏହି ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସ୍ତରରେ ପ୍ରତିଭା ଚୟନ କରିବା ପାଇଁ କୋଚିଙ୍ଗ ପ୍ରଦାନ କରାଯିବ ଓ ଜାତୀୟ ସ୍ତରକୁ ମନୋନୟନ ହେବ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରୁଦ୍ରନାରାୟଣ ଦାସ ଯୋଗଦେଇ କହିଲେ ବିଭିନ୍ନ ବ୍ଲକ ମୁନ୍ସିପାଲଟି ରୁ ୧୦୦ କ୍ରୀଡ଼ାବିତ ପ୍ରତିଭା ଚୟନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଭିନ୍ନ ବିଭାଗ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଦୋଳଗୋବିନ୍ଦ ଦାସ କହିଲେ ଏହି ଚୟନ ପ୍ରତିଯୋଗିତା ପିଲାମାନଙ୍କୁ ଏକ ଭଲ ସୁଯୋଗ ଆଣିଦେଇଛି l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ୱବିଜୟିନୀ ପଟ୍ଟନାୟକ ପରିଚାଳନା କରିଛନ୍ତି l ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ବିଦ୍ୟାଧର ପ୍ରଧାନ ଉପସ୍ଥିତ ରହି ପ୍ରତିଭା ଚୟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l କ୍ରୀଡା ପ୍ରତିଭା ମନନୟନରେ ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବେ ରହିଛନ୍ତି l ଏହି କାର୍ଯ୍ୟକ୍ରମ ବିଭିନ୍ନ ବିଦ୍ୟାଳୟ ରେ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡ଼ାବିତ ମାନେ ଉପସ୍ଥିତ ଥିଲେ l ପ୍ରାରମ୍ଭ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱାଗତ ସୂଚନା କରିଥିବା ବେଳେ, ଜିଲ୍ଲା କ୍ରୀଡା ଅଧିକାରିଣୀ ବିଶ୍ୱବିଜୟିନୀ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.