ନବରଙ୍ଗପୁର ମହାବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ: ପ୍ରାକ୍-ପ୍ରସ୍ତୁତି ବୈଠକ

0 2

ନବରଙ୍ଗପୁର/ ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ର ସର୍ବ ପୂରାତନ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ପ୍ରାକ୍-ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ୱାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ଭାବେ ମହାବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ, ଛାତ୍ର ସଂସଦ ର ସମସ୍ତ ସଭାପତି ଓ ସମ୍ପାଦକ ଙ୍କୁ ନେଇ ତଥ୍ୟ ସମ୍ବଳିତ ଏକ ବିବରଣୀ ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯାଇଛି । ପରବର୍ତ୍ତୀ ସମୟରେ ପୁରାତନ ଆଗ୍ରହୀ ଛାତ୍ର ଛାତ୍ରୀ, ଜିଲ୍ଲା ର ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲା ପ୍ରଶାସନ ର ଉଚ୍ଚ ଅଧିକାରୀ ଙ୍କୁ ନେଇ ଏକ ସର୍ବସମ୍ମତ୍ତ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ପରବର୍ତ୍ତୀ ବୈଠକ ରେ କମିଟି ଗଠନ କରାଯିବ ଏବଂ ସ୍ୱର୍ଣ୍ଣ ଜୟନ୍ତୀ ପାଳନର ଚୂଡାନ୍ତ ରୂପରେଖ ଉକ୍ତ କମିଟିର ନିଷ୍ପତ୍ତି ଅନୁଯାୟୀ ହେବ । ମହାବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଜୟନ୍ତୀ ପାଳନରେ ସାମିଲ୍ ହୋଇ ସମସ୍ତ ପ୍ରକାର ସହଯୋଗ କରିବାକୁ ଏହି ପ୍ରାକ୍ ପ୍ରସ୍ତୁତି ବୈଠକ ରେ ଅନୁରୋଧ କରାଯାଇଛି । ଆଗାମୀ ୧୪ ତାରିଖ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିର ରେ ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ କାମନା କରିଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳ । ସ୍ୱର୍ଣ୍ଣ ଜୟନ୍ତୀ ପାଳନ ସମ୍ବନ୍ଧରେ ପ୍ରତି ସପ୍ତାହରେ ଆଭାସୀ କାର୍ଯ୍ୟକ୍ରମ ଜରିଆରେ ବୈଠକ ଅନୁଷ୍ଠିତ ହେବ ଏବଂ ପର୍ଯ୍ୟାୟକ୍ରମେ ବୈଠକ ମାନ ଅନୁଷ୍ଠିତ ହେବ, ଏଥିରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେବେ । ଏହି ବୈଠକରେ ଅଧ୍ୟାପକ ଦିଲ୍ଲୀପ ହୋତା, ଅଧ୍ୟାପିକା ସଂଗୀତା ତ୍ରିପାଠୀ, ମନୋଜ ପଟ୍ଟନାୟକ, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ବୁଲୁ ହୋତା, ଦୁର୍ଗା ପ୍ରସାଦ ପାଢ଼ୀ, ସରୋଜ ପାତ୍ର, ଅଧ୍ୟାପକ ଅଖିଳ ଭଟ୍ଟ, ବିକ୍ରମ ଦାଶ, ବ୍ୟମକଶ ବେହେରା, ସାନମୁଗା ପାତ୍ର, ସୁଜିତ୍ କୁମାର ପାଢ଼ୀ, ନିରଞ୍ଜନ ତ୍ରିପାଠୀ, ରବିନ୍ଦ୍ର ପ୍ରସାଦ ମହାପାତ୍ର, ଡାବୁଗାଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ, ଜି.ଭି.ଭି. ରବି ପ୍ରସାଦ

Leave A Reply

Your email address will not be published.