ରାଜଭବନ ଆଗରେ  କଂଗ୍ରେସର ଧାରଣା

0

କୁନ୍ଦୁଲି ଗଣଧର୍ଷଣ ମାମଲାରେ ପୋଲିସର ଭୂମିକାକୁ ନେଇ କଂଗ୍ରେସ କ୍ଷୁବ୍ଧ

 

ଭୁବନେଶ୍ୱର : କୁନ୍ଦୁଲି ଗଣଧର୍ଷଣ ମାମଲାରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସର ଟାଳଟୁଳ ନୀତି ପ୍ରତିବାଦରେ ରାଜଭବନ ସମ୍ମୁଖରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏସସି ଓ ଏସଟି ସେଲ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଛି । ଏହି ଧାରଣାରେ  ବୋଲି ପିସିସି ଏସସି ସେଲ ଅଧ୍ୟକ୍ଷ ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆ,  ଏସଟି ସେଲ ଅଧ୍ୟକ୍ଷ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବରିଷ୍ଠ କଂଗ୍ରେସସ ନେତା ଜୟଦେବ ଜେନା, ଭକ୍ତଚରଣ ଦାସ, ବିଧାୟକ ଭୁଜବଳ ମାଝୀ ପୂର୍ବତନ ବିଧାୟକ ନିମାଇଁ ସରକାର, ରାମଚନ୍ଦ୍ର କଡାମଙ୍କ ସମେତ ବହୁ ଆଦିବାସୀ ଓ ହରିଜନ ନେତା ଓ କର୍ମକର୍ତା ଉପସ୍ଥିତ ଥିଲେ ।

 କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଜାଣିଶୁଣି ଅପରାଧିଙ୍କୁ ଘଣ୍ଟ ଘୋଡାଇ ଚାଲିଛି ବୋଲି ନେତାମାନେ ଅଭିଯୋଗ କରିଛନ୍ତି । ସରକାର ପୀଡିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଧର୍ଷଣକାରୀଙ୍କୁ ଖସାଇବାର ଯୋଜନାରେ ବ୍ୟସ୍ତ । ପ୍ରତିଦିନ ରାଜ୍ୟରେ ପାଞ୍ଚଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନି । ଇତିଶ୍ରୀ, ବେବିନା, ମାଧବୀଲତା ଭଳି ଘଟଣାରେ ଅପରାଧିମାନେ ପୋଲିସ ଆଖିରେ ଧୂଳି ଦେଇ ବାହାରେ ବୁଲୁଛନ୍ତି । ପ୍ରଶାସନ କୁନ୍ଦୁଲିର ନିର୍ଭୟାକୁ ନ୍ୟାୟ ଦେବା ପରିବର୍ତ୍ତେ ତାକୁ କୋରାପୁଟ  ମାନସିକ ଯନ୍ତ୍ରଣା ଦେଉଛନ୍ତି । କାଉନ୍ସେଲିଂ ନାମରେ ପୀଡିତାକୁ ମହିଳା ପୋଲିସ ଜଗି ରହି ତାକୁ ବୟାନ ବଦଳାଇବା ପାଇଁ ବାଧ୍ୟ କରିବା ଅପରାଧିମାନଙ୍କୁ ସୁରକ୍ଷା ଦେବାର ପ୍ରୟାସ କରୁଛି । ପୀଡିତାର ନିକଟ ସଂପର୍କୀୟଙ୍କୁ ଗିରଫ କରି ସେମାନେ ଘଟଣାରେ ଦୋଷୀ ବୋଲି ଚିତ୍ରଣ କରିବାର ହୀନ ପ୍ରୟାସ କରୁଛି । ଏଯାବତ୍ ପୀଡିତାର ପରିବାରବର୍ଗଙ୍କୁ ୮ ଲକ୍ଷ ୨୫ ହଜାର ଟଙ୍କାର କ୍ଷତି ପୂରଣ ମିଳିବା ଆଇନ୍ ଅନ୍ତର୍ଗତ ବ୍ୟବସ୍ଥା ଥିଲାବେଳେ ଏପର୍ଯ୍ୟନ୍ତ ଟଙ୍କାଟିଏ ମିଳିନାହିଁ ।

 କଂଗ୍ରେସ ଦଳ ଘଟଣା ଘଟିବା ଦିନଠାରୁ ପୀଡିତାକୁ ନ୍ୟାୟ ମିଳିବା ପାଇଁ ଆନେ୍ଦାଳନ ଜାରି ରଖିଛି । ଏଥିପାଇଁ କଂଗ୍ରେସ ନେତା ଓ କର୍ମୀମାନେ ପୀଡିତାର ଗ୍ରାମ ମୁଷାଗୁଡାରୁ କୋରାପୁଟ ପର୍ଯ୍ୟନ୍ତ ଦୀର୍ଘ ୫୨ କିଲୋମିଟର ପଦଯାତ୍ରାରେ ଆସି ଡି.ଆଇ.ଜି. ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗତ ୧୬ ତାରିଖ ଦିନ କୋରାପୁଟ ଜିଲ୍ଲାରେ କଂଗ୍ରେସ ଦଳ ପକ୍ଷରୁ ସଫଳତାର ସହ ବନ୍ଦ ପାଳନ କରାଯାଇଛି । ପୀଡିତାକୁ ନ୍ୟାୟ ଓ ଦୋଷୀମାନେ ଗିରଫ ହୋଇ ଉପଯୁକ୍ତ ଦଣ୍ଡ ନପାଇଲା ପର୍ଯ୍ୟନ୍ତ କଂଗ୍ରେସ ଆନେ୍ଦାଳନକୁ ଜାରି ରଖିବା ବୋଲି ନେତା ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.