ନଭେମ୍ବର ୩ରୁ ଅନ୍ନପୂର୍ଣ୍ଣା ମହାରଣା ଶତବାର୍ଷିକୀ ଆରମ୍ଭ

0

 

ଭୁବନେଶ୍ୱର, : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ସୁସାହିତି୍ୟକ ଅନ୍ନପୂର୍ଣ୍ଣା ମହାରଣାଙ୍କ ଜନ୍ମଶତବାର୍ଷିକୀ ନଭେମ୍ବର ୩ରୁ ଆରମ୍ଭ ହୋଇ ବର୍ଷବ୍ୟାପୀ ବିଭିନ୍ନ ସ୍ଥାନରେ ପାଳନ କରାଯିବ । ନିରାଡମ୍ବର ଭାବେ ଏହି ଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମ ତାଙ୍କ କର୍ମପୀଠ ଯାଜପୁର ଜିଲ୍ଲାର ବରୀ ସେବାଘରଠାରେ ୩ ତାରିଖ ସକାଳେ ଆରମ୍ଭ ହେବ । କଟକ ବାଖରାବାଦର ଗାନ୍ଧୀ ଭବନଠାରେ ସନ୍ଧ୍ୟାରେ ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମଅନୁଷ୍ଠିତ  ହେବ । ଏହାଛଡ଼ା ନଭେମ୍ବର ୩ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ନାଓ, ଜୟକିରଣ ଟ୍ରଷ୍ଟ, ପୂଜ୍ୟପୂଜା ସଂସଦ ଆଦି ବିଭିନ୍ନ ଅନୁଷ୍ଠାନ  ପକ୍ଷରୁ ମଧ୍ୟ ସଭା ସମିତି ଆଦି କରାଯିବ । 

ଅବିଭକ୍ତ କୋରାପୁଟ, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, କଳାହାଣ୍ଡି, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ଏହି ଅବସରରେ କାର୍ଯ୍ୟକ୍ରମମାନ ଅନୁଷ୍ଠାନ  ହେବ । ୧୯୧୭ ନଭେମ୍ବର ୩ ତାରିଖରେ ଅନ୍ନପୂର୍ଣ୍ଣା (ଚୁନି ଅପା) ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ଝିଅ ଭାବେ କଟକରେ ଜନ୍ମ ହୋଇଥିଲେ । ତାଙ୍କ ପରିବାର ଅସହଯୋଗ ଆନେ୍ଦାଳନରେ ଝାସ ଦେବା ପରିପ୍ରେକ୍ଷୀରେ କୌଣସି ସରକାରୀ ସ୍କୁଲରେ ଅନ୍ନପୂର୍ଣ୍ଣା ଓ ତାଙ୍କ ଭାଇ ମନମୋହନ ଚୌଧୁରୀଙ୍କ ପାଠପଢ଼ା ହୋଇନଥିଲା । ତେବେ ସାଧନା ଓ ସ୍ୱଧ୍ୟାୟ ବଳରେ ଏମାନେ ଓଡ଼ିଅ । ସମେତ ବିଭିନ୍ନ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରସଙ୍ଗରେ ଅନେକ ପୁସ୍ତକ ରଚନା କରିଛନ୍ତି । ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନେ୍ଦାଳନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶାରେ ମହାତ୍ମାଗାନ୍ଧୀଙ୍କ ପଦଯାତ୍ରାରେ ସେ ଆଗଧାଡ଼ିର ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ ତୁଲାଇଥିଲେ । ବରୀ ସେବାଘରେ ତାଙ୍କର ୨୦ ବର୍ଷରୁ ଊଦ୍ଧ୍ୱର୍ କର୍ମମୟ ଜୀବନ କଟିଥିଲା । ବରୀରେ ସେ ଭାରତଛାଡ଼ ଆନେ୍ଦାଳନ ବେଳେ ଗିରଫ ହୋଇଥିଲେ । ବିନୋବାଙ୍କ ଭୂଦାନ ଅ ।ନେ୍ଦାଳନ ଓ ଜୟପ୍ରକାଶଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆନେ୍ଦାଳନରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା । ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ସେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରିଛନ୍ତି । ଚମ୍ବଲ ଘାଟୀରେ ଡକାୟତଙ୍କ ଆତ୍ମସମର୍ପଣ, ଚୀନ୍ ଓ ବାଂଲାଦେଶ ଯୁଦ୍ଧ ସମୟରେ ସୀମାନ୍ତରେ ଶାନ୍ତି ରକ୍ଷା ସହିତ ସେବା କାର୍ଯ୍ୟରେ ସେ ବ୍ରତୀ ଥିଲେ । ୯୫ ବର୍ଷର ସଫଳ ଜୀବନ କାଟି ସେ ୨୦୧୨ ଡିସେମ୍ବର ୩୧ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ । ଉକ୍ରଳ ଗାନ୍ଧୀ ସ୍ମାରକ ନିଧି, କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ନିଧି, ଖଦି ମଣ୍ଡଳ, ନବଜୀବନ ମଣ୍ଡଳ, ସର୍ବୋଦୟ ମଣ୍ଡଳ, ସର୍ବସେବା ସଂଘ, ସର୍ବୋଦୟ ରିଲିଫ୍ କମିଟି ଆଦି ବହୁ ସଂସ୍ଥା ସହ ଅନ୍ନପୂର୍ଣ୍ଣା ମହାରଣା ଜଡ଼ିତ ଥିଲେ । ରାଜ୍ୟରେ ·ଚାଷୀ ଅ।ତ୍ମହତ୍ୟା ଓ ମହିଳାଙ୍କ ପ୍ରତି ଅସଦାଚରଣ ଭଳି ଅଭାବନୀୟ ଘଟଣା ଘଟୁଥିବା ବେଳେ ଅନ୍ନପୂର୍ଣ୍ଣା ମହାରଣାଙ୍କ ବର୍ଷବ୍ୟାପୀ ଜନ୍ମଶତବାର୍ଷିକୀ କାର୍ଯ୍ୟକ୍ରମକୁ ନିରାଡମ୍ବର ଓ ବିଷୟଭିତ୍ତିକ ଭାବେ ପାଳନ କରିବା ଲାଗି ରାଜ୍ୟର ବିଭିନ୍ନ ଗାନ୍ଧୀବାଦୀ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.