ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ସଦ୍ ଭାବନା ସଭା ଗୃହ ଠାରେ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ଵୈଠକରେ ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି,ବାଲିକୁଦା ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ ,ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ,ପ୍ରକଳ୍ପ ନିଦ୍ଧେଶକ ଶ୍ରୀ ରୁଦ୍ର ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଜଗତସିଂହପୁର ସାଂସଦ ଵୈଠକରେ ଅଧ୍ୟକ୍ଷତା କରି କହିଲେ ବହୁଦିନ ପରେ ଜିଲ୍ଲା ଵିଦ୍ୟୁତ୍ କମିଟି ବୈଠକ ବସିଛି lଵିଦ୍ୟୁତ୍ ବିଭାଗରେ ଆମ ଜିଲ୍ଲାରେ ଯାହା ଆବଶ୍ୟକ ଅଛି ଏବଂ ଆଉ କଣ ପ୍ଲାନ୍ ପ୍ରୋଜେକ୍ଟ ହେଵ ସେ ସମ୍ପର୍କରେ ଆଲୋଚନା ହେଵ l ଵୈଠକରେ ଯୋଗଦେଇ ଜିଲ୍ଲାପାଳ କହିଲେ ଜିଲ୍ଲାରେ ପୁର୍ବରୁ ଯେଉଁ ସ୍କିମ୍ କାର୍ଯ୍ୟକାରୀ ହେଉଥିଲା ତାହା ସମ୍ପୂର୍ଣ ହୋଇ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି l ଜିଲ୍ଲାରେ ଯେଉଁ ଯେଉଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅବିଚିନ୍ନ ଵିଦ୍ୟୁତ୍ ଯୋଜନା ହୋଇନାହିଁ l ସେଗୁଡିକ ତୁରନ୍ତ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିଵ l ଵୈଠକରେ ଯୋଗଦେଇ ଟିପିସିଓଡିଏଲ୍ ର ଅଧିକ୍ଷଣ ଯନ୍ତ୍ରୀ,ପାରାଦ୍ୱୀପ ଶ୍ରୀ ଅମରଜିତ୍ ପଟ୍ଟନାୟକ କହିଲେ ଜଗତସିଂହପୁର ଜିଲ୍ଲାରେ ଜଗତସିଂହପୁର ଓ ପାରାଦ୍ୱୀପ ରେ ଦୁଇଟି ଇଲେଟ୍ରିକାଲ ଡିଭିଜନ ରହିଛି l ଜିଲ୍ଲାରେ ୧୭ଟି ୩୩kv ଫିଡର୍ ଓ ୯୪ ଟି ୧୧kv ଫିଡର୍ ରହିଛି l ଜିଲ୍ଲାରେ ୨ ଲକ୍ଷ ୩୬ ହଜାର କଷ୍ଟୋମର ରହିଛନ୍ତି l ଜିଲ୍ଲାରେ ୧୪୫ ଟି ମହିଳା ସ୍ୱୟଂ ସହାୟକ ଦଳ ଙ୍କୁ ଵିଦ୍ୟୁତ୍ ବିଲ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇ ମହିଳା ସଶକ୍ତିକରଣ ନିମନ୍ତେ ପଦକ୍ଷେପ ନିଆଯାଇଛି l ପ୍ରତି ଗାଁ ରେ ଗାଡି ମାଧ୍ୟମରେ ଜନ ସାଧାରଣ ଙ୍କୁ ସୁରକ୍ଷା ସଚେତନତା କରାଯାଇଛି l ପ୍ରତି ଗାଁ ରେ ସେପଟି କମିଟି ଗଠନ କରାଯାଇଛି lଜିଲ୍ଲାରେ ୩୦୦୦ ଲୋକେସନ କୁ ଅସୁରକ୍ଷିତ ରୁ ସୁରକ୍ଷିତ କରାଯାଇଛି l ପାରାଦ୍ୱୀପ ଏବଂ ଜଗତସିଂହପୁର ରେ କଷ୍ଟୋମର କେୟାର ସେଣ୍ଟର ଖୋଲାଯାଇଛି l୪୮ ଘଣ୍ଟା ମଧ୍ୟରେ ନୂତନ ଗ୍ରାହକ ମାନଙ୍କୁ ଵିଦ୍ୟୁତ୍ ସଂଯୋଗ ଦିଆଯାଉଛି l ପାରାଦ୍ୱୀପ ରେ ୧୩୮ ଟି ରୁ ୨୭ ଟି ଏବଂ ଜଗତସିଂହପୁର ୨୮୫ ରୁ ୮୬ ଟି ଟ୍ରେନଫରମର୍ ଅପଗ୍ରେଡେସନ ହୋଇଛି l ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ବହୁ ସମୟରେ ଵିଦ୍ୟୁତ୍ ସରଵରାଲ୍ ବନ୍ଦ ରହୁଥିବାରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଥିଲେ l ଏହାର ନିରାକରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l ଏହି ଵୈଠକରେ ନିର୍ବାହୀ ଯନ୍ତ୍ରୀ, ଜଗତସିଂହପୁର ଶ୍ରୀ ଅଶୋକ କୁମାର ଜେନା,ନିର୍ବାହୀ ଯନ୍ତ୍ରୀ ପାରାଦ୍ୱୀପ ଶ୍ରୀ ପ୍ରଭାତ କୁମାର ପରିଡା ,ଡ଼େପୁଡ଼ୀ ମ୍ୟାନେଜର ସନ୍ତୋଷ କୁମାର ସାହୁ, ସମସ୍ ,ଟିପିସିଓଏଲ୍ ର ଏସ୍.ଡି.ଓ ମାନେ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post