ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ସମ୍ବାଦ ସାହିତ୍ୟ ଘରର ଦଶମ ବାର୍ଷିକୋତ୍ସବ ଓ ରଜ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭଗୃହରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଶ୍ରୀ ସରୋଜ କୁମାର ପଣ୍ଡା , ସଭାପତି ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ବକ୍ତା ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର ଏବଂ ଆଶାଲତା ପାଣିଗ୍ରାହୀ , ଆଚାର୍ଯ ବିନୋଦ ଚନ୍ଦ୍ର ଜେନା , ସଂଯୋଜକ ଶ୍ରୀ ଦେବାଶିଷ ପାଢ଼ୀ , ସହଯୋଗୀ ଶ୍ରୀକାନ୍ତ ମହାରଣା ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ବାର୍ଷିକ ବିବରଣୀ ପାଠ କରିଥିଲେ।
ପ୍ରଥମ ଅଧିବେଶନରେ ସ୍ଵାଗତ ସମ୍ଭାଷଣ ଦେଇଥିଲେ ଇତିଶ୍ରୀ ମହାପାତ୍ର , ପରିଚୟ ପ୍ରଦାନ କରିଥିଲେ ପ୍ରମୋଦ ଚନ୍ଦ୍ର ପାଢ଼ୀ ଆଜିର ପ୍ରସଙ୍ଗ ଥିଲା ”ସାମ୍ପ୍ରତିକ ସମୟରେ ଓଡ଼ିଆ ଶିଶୁ ସାହିତ୍ୟର ସ୍ଥିତି ଓ ଗତି” ଦ୍ଵିତୀୟ ପର୍ଯ୍ୟାୟର କବିତା ପାଠୋତ୍ସବ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଡ଼. କଲ୍ୟାଣୀ ମିଶ୍ର , ଅନୁଶ୍ରୀ ପଟ୍ଟନାୟକଙ୍କ ସଂଯୋଜନାରେ ପ୍ରାୟ ୬୦ ଗୋଟି ସ୍ଵରଚିତ କବିତା ଆବୃତ୍ତି ହେଲା।
ଆଜି ଶିଶୁ ଲେଖା ଅବହେଳିତ ସ୍ଥିତିରେ ରହିଛି ଆଗଭଳି ଏହାର ନାହିଁ ତେଣୁ ଶିଶୁ ମନସ୍ତତ୍ତ୍ୱକୁ ନେଇ ଲେଖା ଲେଖିବା ଦରକାର ବୋଲି ବକ୍ତା ମାନେ କହିଥିଲେ। ଶେଷରେ ତ୍ରିପତି ପଣ୍ଡା ଧନ୍ୟବାଦ ଦେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଗୁରୁ ଡି.ପ୍ରିୟଙ୍କାଙ୍କ ନିର୍ଦ୍ଦେଶନା ଏବଂ ଆରୁପାଞ୍ଜଳି ମହାନ୍ତିଙ୍କ ସଂଯୋଜନାରେ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ଛାତ୍ରୀ ମାନେ ରଜ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବିଷ୍ଠୁ ଚରଣ ପଣ୍ଡା , ନିତ୍ୟାନନ୍ଦ ଚୌଧୁରୀ , ମୂରଲୀଧର ପରିଛା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post