ଭୁବନେଶ୍ୱର : ଭଞ୍ଜନଗର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ଛ ଛ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ବିକ୍ରମ କେଶରୀ ଆରୁଖା ସୋମବାର ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇସ୍ତଫା ପରେ ଏହି ପଦବୀ ପାଇଁ ନିର୍ବାଚନ ସକାଶେ ତାରିଖ ଧାର୍ଯ୍ୟ ହୋଇଥିଲା | ଆଜି ବିଧାନସଭାରେ ଆୟୋଜିତ ଏକ ସ୍ୱତନ୍ତ୍ର ଅଧିବେଶନରେ ଶ୍ରୀ ଅରୁଖା ନିର୍ବିରୋଧ ଏହି ପଦବୀକୁ ନିର୍ବାଚିତ ହୋଇଥିଲେ। ଅଧିବେଶନରେ ଅଧ୍ୟକ୍ଷତା କରିଥିବା ଉପବାଚସ୍ପତି ରାଜନୀକାନ୍ତ ସିଂ ଆଜି ବାଚସ୍ପତି ଭାବେ ଶ୍ରୀ ଆରୁଖ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି ।
ବାଚସ୍ପତି ନିର୍ବାଚନ ପାଇଁ ବିକ୍ରମ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିଲେ ସଂସଦୀୟ ବ୍ୟାପରମନ୍ତ୍ରୀ | ବିକ୍ରମ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଓ ଶାସକ ଦଳର ନେତାମାନେ ଅଭିନନ୍ଦନ ଜାଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶ୍ରୀ ଆରୁଖଙ୍କ ଶୁଭେଚ୍ଛା ଜଣାଇ କହିଛନ୍ତି “ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କୁ ଶୁଭେଚ୍ଛା। ପବିତ୍ର ଗୃହର ଗରିମା ଅକ୍ଷୁର୍ଣ୍ଣ ରଖିବା ସହ ସାମ୍ବିଧାନିକ ପଦ, ମର୍ଯ୍ୟାଦା ପ୍ରତି ସମ୍ମାନ ରଖି ତାଙ୍କ ଉତ୍ତମ ଗୃହ ପରିଚାଳନା ଗଣତନ୍ତ୍ରକୁ ଆହୁରି ମଜବୁତ କରିବ।”
ଗୃହର ମର୍ଯ୍ୟାଦା ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ନବନିର୍ବାଚିତ ବାଚସ୍ପତି ବିକ୍ରମ ଆରୁଖ। ସୂଚନାଯୋଗ୍ୟ ଯେ, ୧୯୯୫ ମସିହାରୁ ଲଗାତର ଭାବେ ଭଞ୍ଜନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି ଶ୍ରୀ ଆରୁଖ । ୨୦୦୮ ମସିହାରେ ସରକାରୀ ଦଳ ମୁଖ୍ୟ ସଚେତକ ଓ ୨୦୦୯ ମସିହାରୁ ୧୩ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଇନ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ପରି ବହୁ ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇ ସାରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post