ସଚେତନତା, ସତର୍କତା ଦ୍ୱାରା ଧନଜୀବନ ହାନିକୁ ରୋକାଯାଇପାରିବ

0

ପୁରୀ (ଅନିମେଶ ପଟ୍ଟନାୟକ): ସଚେତନତା ଓ ସତର୍କତା ଦ୍ଵାରା ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ସହ ଧନଜୀବନ ହାନି କୁ ରୋକାଯାଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ପ୍ରଦୀପ କୁମାର ସାହୁ ମତପ୍ରକାଶ କରିଛନ୍ତି। ଶୁକ୍ରବାର ପୁରୀ ଟାଉନ ହଲ ଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିପର୍ଯ୍ୟୟ ର ମୁକାବିଲା ପାଇଁ ମକଡ୍ରିଲ ଆୟୋଜନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପୁରୀ ଜିଲ୍ଲା ବାତ୍ୟା ଓ ବନ୍ୟା ପ୍ରବଣ ଜିଲ୍ଲା ହୋଇଥିବାରୁ ସମସ୍ତ ବିଭାଗ ସହ ଲୋକ ପ୍ରତିନିଧି, ସ୍ବେଛାସେବୀ ମାନଙ୍କ ସମନ୍ୱୟ ଜରୁରୀ। ଆଗୁଆ ପାଣିପାଗ ସୂଚନା ପାଇବା,ଲୋକ ମାନଙ୍କୁ ସଚେତନ କରାଇବା, ବିପର୍ଯ୍ୟୟ ମୁକାବିଲା ପାଇଁ ଉପଯୁକ୍ତ ଉପକରଣ ପୂର୍ବରୁ ପ୍ରସ୍ତୁତ କରି ରଖିବା, ଖାଦ୍ୟ, ଔଷଧ, ପାନୀୟ ଜଳ, ଅସ୍ଥାୟୀ ଆଶ୍ରୟସ୍ଥଳ ବ୍ୟବସ୍ଥା କରିବା, ରାସ୍ତା ଅବରୋଧ କରି ପଡ଼ିଥିବା ଗଛ ଇତ୍ୟାଦି କୁ ତୁରନ୍ତ ଅପସାରଣ କରିବା ଇତ୍ୟାଦି ଉପରେ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ ।

ପରେ ବିସ୍ତୃତ ଆଲୋଚନା ମାଧ୍ୟମରେ ବିପର୍ଯ୍ୟୟର କାରଣ, ନିରାକରଣ, ପ୍ରତ୍ୟେକ ଙ୍କ ର ଦାୟିତ୍ଵ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମ ଅନୁଯାୟୀ ଚଳିତ ମାସ ୧୮ ତାରିଖ ରେ ସମସ୍ତ ବ୍ଲକ୍ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କ ରେ ଟେବୁଲ୍ ଟପ୍ ଏକ଼ସରସାଇଜ ଓ ୧୯ ତାରିଖ ରେ ମକ୍ ଡ୍ରିଲ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର,ଏ ଡି ଏମ୍ ଓ , କୃଷି ଉପନିର୍ଦ୍ଦେଶକ ବିଭିନ୍ନ ବ୍ଲକ୍ ର ଵିଡିଓ, ତହସିଲଦାର, ଅନ୍ୟାନ୍ୟ ବିଭାଗ ର ଅଧିକାରୀ, ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.