ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥାନୀୟ ସଂସ୍କୃତି ଭବନ ଠାରେ ମୋଦି ସରକାର ଙ୍କର ୮ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଓବିସି ଜାତି ବର୍ଗ ସମ୍ମିଳନୀ ଓବିସି ମୋର୍କା ର ଜିଲ୍ଲା ସଭାପତି ସୁବୋଧ ବାରିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ମୁଖ୍ୟ ଅତିଥି ଡଃ ରେଖାଶ୍ରୀ ସାମନ୍ତରାୟ ରାଜ୍ୟ-ସଧାରଣ ସମ୍ପାଦକ ଓ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରତ ବିଶ୍ୱାଳ ,ଉପ ସଭାପତି ସୁକାନ୍ତ ବିଶ୍ୱାଳ ଓ ପ୍ରସରୀ ଅମ୍ବିକା ପ୍ରକାଶ ସାମଲ ଯୋଗ ଦେଇଥିଲେ l ଡଃ ରେଖାଶ୍ରୀ ତାଙ୍କ ବକ୍ତବ୍ୟରେ ପଛୁଆ ବର୍ଗ ଭାରତ ବର୍ଷର ସବୁଠାରୁ ବୃହତ ସଂଖ୍ୟା ଗରିଷ୍ଠ ଜନ l ମୋଦୀ ମନ୍ତ୍ରୀ ମଣ୍ଡଳ ରେ ଓବିସି ବର୍ଗ ରୁ ରେକର୍ଡ ସଂଖ୍ୟକ ୨୭ ଜଣ ସାଂସଦ ଙ୍କୁ ପ୍ରତିନିଧିତ୍ୱ ମିଳିଛି lଓବିସି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକର ସଶକ୍ତି କରଣ ପାଇଁ ସ୍ବତନ୍ତ୍ର ଋଣ ଓ ସଵସିଡି ମଧ୍ୟ ବ୍ୟବସ୍ଥା ରହିଛି l ଜିଲ୍ଲା ଓବିସି ମୋର୍ଚ୍ଚା ର ସଧାରଣ ସଂପାଦକ ମନ୍ତ୍ରୀ ପରିଚାଳନାରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ,ରାଜ୍ୟ SC ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ ପାରାଦୀପ ନେତା ,ସମ୍ବିଦ୍ ସ୍ବାଇଁ ବାଲିକୁଦା ନେତା ଶିବବ୍ରତ ଦାସ ତିର୍ତ୍ତୋଲ ନେତା ରାଜ କିଶୋର ବେହେରା ,ମିଡିଆ ସେଲର ଗଣେଶ ପ୍ରସାଦ ମହାନ୍ତି ,ଜିଲ୍ଲା ସଧାରଣ ସଂପାଦକ ଜଗନ୍ନାଥ ଦାସ ମହିଳା ମୋର୍ଚ୍ଚା ସଭା ନେତ୍ରୀ କିଷ୍ଣା ମହାନ୍ତି l ଯୁବ ମୋର୍ଚ୍ଚା ସଭାପତି ମାନସ ମହାପାତ୍ର ,କୃଷକ ମୋର୍ଚ୍ଚା ସଭାପତି ତପନ ବେହେରା ,ଜିଲ୍ଲା କମିଟିର ସମସ୍ତ ଅଧିକାରୀ ,ଓବିସି ମୋର୍ଚ୍ଚା ର ସମସ୍ତ ପଦାଧିକାରୀ ସମସ୍ତ ମହିଳା ମୋର୍ଚ୍ଚା ର ପଦାଧିକାରୀ ,ମଣ୍ଡଳ ସଭାପତି ,ସଂପାଦକ, ଜିଲ୍ଲାର ବିଭିନ୍ନ ଆଡୁ ଆସିଥିବା ମୋର୍ଚ୍ଚା ଭାଇମାନେ l ଶେଷରେ ଓବିସି ମୋର୍ଚ୍ଚା ର ସଧାରଣ ସଂପାଦକ ଦେବରାଜ ସାମଲ ଧନ୍ୟଵାଦ ପ୍ରଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post