କୃଷି ଓ ଲୋକକଳା ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ପୁରୀ (ଅନିମେଶ ପଟ୍ଟନାୟକ): ୨୦ ତମ ଲୋକକଳା ମେଳା ଓ ୧୩ ତମ କୃଷି ମେଳା ସମ୍ପର୍କିତ ବୈଠକ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଏହି ମେଳା ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ଶୃଙ୍ଖଳା ର ସହ ଆୟୋଜନ କରିବାପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଯାଇଅଛି । ପ୍ରତ୍ୟେକ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବାକୁ ପରାମର୍ଶ ଦିଆଯାଇଛି । ଆଇନ୍ ଶୃଙ୍ଖଳା, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଅଗ୍ନି ନିର୍ବାପକ, ବିଦ୍ୟୁତ ବ୍ୟବସ୍ଥା,ବ୍ୟାରିକେଡ଼ ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ବିଭିନ୍ନ ବିଭାଗ ର ପ୍ରଦର୍ଶନୀ ମଣ୍ଡପ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ କାର୍ଯ୍ୟ ସ୍ଥିରୀକୃତ କରାଗଲା। ପୂର୍ବତନ ଭାଇସ୍ ଚାନ୍ସେଲର ତଥା ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ ବିବିଧ ପ୍ରସ୍ତାବ ସହ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ର ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ମହାନ୍ତି ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ର ଅଧିକାରୀ, ଆୟୋଜନ କମିଟି ର ସଭାପତି ଶ୍ରୀ ବଦ୍ରି ମିଶ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଚକ୍ରଧର ମହାପାତ୍ର, ଉପାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ମିଶ୍ର, ଉପଦେଷ୍ଟା ଶ୍ରୀ ଭଗବାନ ଜୟ ସିଂ,ଆୟୋଜକ ସମ୍ପାଦକ ଶ୍ରୀ ସତ୍ୟବ୍ରତ ଦାସ,ମୁଖ୍ୟ ସଂଯୋଜକ ଶ୍ରୀ ହେକ୍ଟର ମିଶ୍ର, ସାଂସ୍କୃତିକ ସଂପାଦକ ଶ୍ରୀ ଶ୍ୟାମ ପ୍ରକାଶ ସେନାପତି, ସଦସ୍ୟ ଶ୍ରୀ ପୁସ୍କର ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.