ଗୁଣୁପୁର ର ପୁରାତନ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲା ପ୍ରେସ ୟୁନିଅନ ଗୁଣୁପୁର

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ରାଜ୍ୟ ସରକାରଙ୍କ ପୁରାତନ ମନ୍ଦିର ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ 5 T ଅଧୀନ ରେ କରାଯାଉ ଥିବା ବେଳେ ଓଡିଶା ର ପୁରୀ ଶ୍ରୀ ମନ୍ଦିର ପରେ ଦକ୍ଷିଣ ଓଡିଶା ର ବହୁ ପୁରାତନ ମା ତରା ତାରିଣୀ ମନ୍ଦିର ର ସୌନ୍ଦର୍ଯ୍ୟକରଣ କାମ କୁ 5T ଅଧୀନରେ କରାଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନୁଷ୍ଠାନିକ ଭାବେ ମା ତରାତାରିଣୀ ଙ୍କ ମନ୍ଦିର ସୌନ୍ଦର୍ଯ୍ୟ କରଣ କାମକୁ ଉଦଘାଟନ କରିଥିବା ବେଳେ ରାଜ୍ୟ ସରକାର ଙ୍କ ଏହି ସୌନ୍ଦର୍ଯ୍ୟକରଣ କାମକୁ ଓଡିଶା ତଥା ରାଜ୍ୟ ବାହାରେ ପ୍ରଶଂସା ସାଉଁଟି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | ଗୁଣୁପୁର ପ୍ରେସ ୟୁନିଅନର ସଭାପତି ପ୍ରମୋଦ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ଦଶ ଜଣିଆ ପ୍ରତିନିଧି ଦଳ ଆଜି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲଙ୍କୁ ଭେଟି ଏ ବାବଦରେ ଆଲୋଚନା କରିଛନ୍ତି |ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ, ସାଧାରଣ ସମ୍ପାଦକ ରାଜେଶ ପଣ୍ଡା, ଜିତେନ୍ଦ୍ର ଶତପଥୀ, ଅନିଲ ସାହୁକାର, ସନ୍ତୋଷ ଚୌଧୁରୀ, ରବି ମୋହିନୀ , ରାମ ଚନ୍ଦ୍ର ନାୟକ, ସନ୍ତୋଷ ଗୁରୁ ପ୍ରମୁଖ ଗୁଣୁପୁର ର ବହୁ ପୁରାତନ ମନ୍ଦିର ଜଗନ୍ନାଥ ମନ୍ଦିର , ମା ମାଣିକେଶ୍ବରୀ ମନ୍ଦିର , ଭାଲେରି ର ରାଧାକୃଷ୍ଣ ମନ୍ଦିର ଏବଂ ରାଜ୍ୟ ବାହାରୁ ଆସୁଥିବା ଦର୍ଶନୀୟ ତଥା ବହୁ ପୁରାତନ ଶୈବ ପୀଠ ଏବଂ ଦକ୍ଷିଣ ଓଡିଶା ର ତିନି ପ୍ରମୁଖ ନଦୀର ସଂଗମ ସ୍ଥଳର ମିନାଝୋଲାରେ ମିନକେତନ ଶୈବପୀଠକୁ ପର୍ଯ୍ୟଟନର ମାନ୍ୟତା ଦେବା ସହ ଏସବୁ କୁ 5 T ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ | ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଦାବି ପତ୍ର ଗ୍ରହଣ କରି ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ସେ ଏ ବାବଦରେ ମଧ୍ୟ ପୂର୍ବରୁ ରାଜ୍ୟ ସରକାର ଙ୍କୁ ପତ୍ର ମାଧ୍ୟମରେ ଜଣାଇଥିବା ସୂଚନା ଦେଇଥିଲେ | ଖୁବ ଶୀଘ୍ର ଏକ ପ୍ରତିନିଧି ଦଳ ପ୍ରେସ ୟୁନିଅନ ଏବଂ କିଛି ବୁଦ୍ଧିଜୀବୀ ଙ୍କୁ ନେଇ ରାଜ୍ୟପାଳ ଗଣେଶି ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଏବଂ 5 T ସଚିବ ଭି କେ ପାଣ୍ଡିଆନ ଙ୍କୁ ଯୋଗାଯୋଗ କରିବେ ବୋଲି ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି |

Leave A Reply

Your email address will not be published.