ନ୍ୟାୟ ନ ପାଇ ଏସପି ଙ୍କ ଦ୍ୱାରସ୍ଥ ହେଲେ ସ୍ବାମୀ ସ୍ତ୍ରୀ

0

ଭଦ୍ରକ(ସୀତାକାନ୍ତ ପାଢ଼ୀ)-: ଜମିବାଡ଼ି ବିବାଦକୁ ନେଇ ଭଦ୍ରକ ଏସପି ଙ୍କ ଦ୍ବାରସ୍ଥ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅଣ୍ଡେଇ ଗ୍ରାମର ନିତ୍ୟାନନ୍ଦ ଧଳ ଙ୍କ ପରିବାର ର ନିଜ ଭାଇ , ଭାଇ ମଧ୍ୟରେ ଜମିବାଡି କୁ କେନ୍ଦ୍ର କରି ୧ ବର୍ଷ ପୁର୍ବରୁ ମାରିପିଟ ହୋଇଥିଲା। ଏହା ନେଇ କେନ୍ଦୁଆପଦା ଫାଣ୍ଡିରେ ଉଭୟଙ୍କ ମଧ୍ୟରେ ଆପସ ଲିଖିତ ମାଧ୍ୟମରେ ବୁଝାମଣା ହେଇଥିଲା। କିନ୍ତୁ ସେଇ ଜମି ବାଡ଼ି କୁ କେନ୍ଦ୍ର କରି ନିତ୍ୟାନନ୍ଦ କୁ ଦେଇଥିବା ଜାଗା ରେ ନିତ୍ୟାନନ୍ଦ ବାଡ ବୁଜିବାରୁ ଅନ୍ୟ ଜଣ ଭାଇ ନିତ୍ୟାନନ୍ଦ ଧଳ ଙ୍କ ର ବାଡ କୁ ଉପଡ଼ିବା ସହ , ଅସିଳ ଭାଷାରେ ଗାଳି ଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଉଥିବା ନେଇ ଅଭିଯୋଗ କରିଛନ୍ତି ନିତ୍ୟାନନ୍ଦ ଧଳ । ତେବେ ଏହା ନେଇ କେନ୍ଦୁଆପଦା ପୋଲିସ ନ ଶୁଣିବାରୁ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବାଧ୍ୟ ହୋଇ ଆଜି ଏସପି ଙ୍କ ଦ୍ୱାରସ୍ତ ହୋଇଛନ୍ତି ସ୍ୱାମୀ ସ୍ତୀ.

Leave A Reply

Your email address will not be published.