ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଲିଡ଼ ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ”ଆଜାଦିକା ଅମୃତ ମହୋତ୍ସବ” ଅବସରରେ ଏହି ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଜଣେ ମହିଳା ରୋଜଗାରକ୍ଷମ ହେଲେ ତା ଦ୍ୱାରା ଉପାର୍ଜନ ଟଙ୍କା ପରିବାରର ବିଭିନ୍ନ ଖର୍ଚ୍ଚରେ ଲାଗିଥାଏ। ମହିଳା ମାନେ ସଶକ୍ତି ହୋଇ ସେମାନଙ୍କ ଆର୍ଥିକ ଉନ୍ନତି ହେଲେ ଦେଶର ଉନ୍ନତ ସମ୍ଭବ ହୋଇଥାଏ। ତେଣୁ ମହିଳା ମାନେ ଆତ୍ମନିର୍ଭରଶୀଳ ହେବାପାଇଁ ଯେ କୌଣସି ବ୍ୟବସାୟ ପାଇଁ ଋଣ ନେବାକୁ ଚାହିଁଲେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସମସ୍ତ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବେ ବୋଲି କହି ଋଣ ନେଉଥିବା ଟଙ୍କାର ସଦ ବିନିଯୋଗ କରି ଠିକ ସମୟରେ ଋଣ ପରିଶୋଧ କରିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ , ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ଏବଂୟୁନିଅନ ବ୍ୟାଙ୍କର ରାୟଗଡା ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ଶ୍ରୀ ସୀତାରାମ ପ୍ରଧାନ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଋଣ ବଣ୍ଟନ ମେଳାର ବିଭିନ୍ନ ଦିଗ ଉପରେ କହିଥିଲେ।
ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ କିଶୋର ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ସଭା କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ଓ ଅନ୍ୟ ମଞ୍ଚାସିନ ଅତିଥି ମାନେ ୧୩୩ ଜଣ ହିତାଧିକାରୀଙ୍କୁ କୃଷି , ଏମଏସଏମଇ , ଏସଏଚଜି , ମୁଦ୍ରା , ଶିକ୍ଷା , ହାଉସିଂ ପ୍ରଭୃତି କ୍ଷେତ୍ରରେ ମୋଟ ୬ କୋଟି ୩୫ ଲକ୍ଷ ଟଙ୍କାର ଋଣ ଚେକ ଆକାରରେ ବଣ୍ଟନ କରିଥିଲେ ବିଭିନ୍ନ ବ୍ୟବସାୟ କରିବା କ୍ଷେତ୍ରରେ ।
ମୁଖ୍ୟତଃ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ପକ୍ଷରୁ ସପ୍ତାହ ବ୍ୟାପି ଅର୍ଥାତ ଚଳିତ ମାସ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଋଣ ମଞ୍ଜୁରୀ ଓ ଜନ ସୁରକ୍ଷା ଯୋଜନା ଗୁଡିକ ଗ୍ରାହକ ମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।
ଭାରତ ସରକାରଙ୍କ ବିଭିନ୍ନ ପ୍ରକାରର ଫ୍ଲାଗସିପ କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଦ୍ରା ଯୋଜନା , ପ୍ରଧାନମନ୍ତ୍ରୀ ବୀମା ଯୋଜନା , ସୁରକ୍ଷା ଯୋଜନା , ଅଟଳ ପେନସନ ଯୋଜନା ପ୍ରଭୃତି ଅନ୍ତର୍ଭୁକ୍ତି କରଣ ଏହି ଋଣମେଳା କାର୍ଯ୍ୟକ୍ରମରେ କରାଯାଉଛି।
ଏହା ଦ୍ୱାରା ଗ୍ରାହକ ମାନଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ଉନ୍ନତି ହେବା ସହ ଚାଷୀମାନେ ସେମାନଙ୍କ ଉତ୍ପାଦନ ଓ ଆୟରେ ୨ ଗୁଣ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ଏହା ହେଉଛି। ସେଥିପାଇଁ ସମସ୍ତେ ଅଧିକରୁ ଅଧିକ ସରକାରଙ୍କ ବିଭିନ୍ନ ଯୋଜନାରେ ଅଂଶଗ୍ରହଣ କରି ଫାଇଦା ଉଠାନ୍ତୁ ବୋଲି ବ୍ୟାଙ୍କ ଅଧିକାରୀ ତଥା ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ କିଶୋର ଚନ୍ଦ୍ର ନାୟକ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post