ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ବିଶ୍ଵ ପରିବେଶ ଦିବସ ଅବସରରେ ଦେବଗଡ଼ ଚାଇଲ୍ଡଲାଇନ ତରଫରୁ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଉଛି।ଚାଇଲ୍ଡଲାଇନ ଟିମ୍ ମେମ୍ବର ଉପେନ୍ଦ୍ର ଭଞ୍ଜ ଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ୱାର୍ଡ଼ ନ ୧୦ ବେଞ୍ଜାତିନାଲି ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ଅଙ୍ଗନବାଡ଼ି କେନ୍ଦ୍ରର ଛୁଆମାନେ ଓ ୱାର୍ଡ ର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଙ୍କୁ ନେଇବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ସମସ୍ତ ଅତିଥି ପରିବେଶ ଦିବସ ପାଳନ କରିବାର ମହତ୍ତ୍ଵ ଉପରେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପରିବେଶ ନଷ୍ଟ ହେବାଦ୍ବାରା ଆମର କଣ ସବୁ କ୍ଷତି ହେଉଛି ସେ ବିଷୟରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ୱାର୍ଡ଼ ନ ୧୦ର ଅଙ୍ଗନବାଡ଼ି କର୍ମୀ ଫୁଲମଣି କ୍ରିପା ଟପ୍ପୋ, ଆଶା ଦିଦି ହିରାବତୀ ପତ୍ର, ସହକର୍ମୀ ମୁକ୍ତା ରଣଜିତ ପ୍ରମୁଖ ସହଯୋଗ କରିଥଲେ। ଚାଇଲ୍ଡଲାଇନ ତତଫରୁ ଶ୍ରୀଲେଖା ମେହେର, ଅଷ୍ଟମୀ ପାତ୍ର, ତେମୀୟ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.