ଜିଲ୍ଲା କଂଗ୍ରେସ ଓବିସି ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

0

 ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଜିଲ୍ଲା କଂଗ୍ରେସ ଓବିସି ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବୀ ସମ୍ୱଲିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ଓବିସି ମୋର୍ଚ୍ଚା ସଭାପତି ଡିଲେଶ୍ୱର ସାହୁଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଦୀପକ ଦାସ, ସଚ୍ଚିଦାନନ୍ଦ ପଟ୍ଟନାୟକ, ସୁବାଷ ଚନ୍ଦ୍ର ଭୋଇ, ପଞ୍ଚୁଲାଲ ବରାଇଙ୍କ ସମେତ କଂଗ୍ରେସ ଦଳର କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ର ରେ ଓବିସି ଛାତ୍ରଛାତ୍ରୀଙ୍କୁ ଅନୁସୁଚିତ ଜାତି ଓ ଜନଜାତି ପିଲାଙ୍କ ଭଳି ଛାତ୍ରବୃତ୍ତି ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋରୋଇକରଣ ନୀତିକୁ ପ୍ରତ୍ୟାହାର, ପଛୁଆ ବର୍ଗ ମହିଳାଙ୍କ ପାଇଁ ପୃଥକ ସରଂକ୍ଷଣ, ନ୍ୟାୟପାଳିକାରେ ଓବିସିଙ୍କ ପ୍ରତିନିଧିତ୍ଵ ପାଇଁ ଓବିସି କଲେଜୀୟମ ଗଠନ ଓ ଓବିସି ବାର୍ଗର ଉନ୍ନତି ପାଇଁ ସ୍ବତନ୍ତ୍ର ମନ୍ତ୍ରଣାଳୟ ଗଠନ ଆଦି ପ୍ରମୁଖ ଦାବୀ ଅନ୍ତର୍ଭୁକ୍ତ ରହିଥିବା ଜଣାପଡିଛି।

Leave A Reply

Your email address will not be published.