ପିସ୍ ବେଲ୍ ଅନୁଷ୍ଠାନ ଓ ପରିବେଶ ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0 2

କାକଟପୁର /ଅସ୍ତରଙ୍ଗ (ଦୁଃଶାସନ ନାୟକ) : ପିସ୍ ବେଲ୍ ଅନୁଷ୍ଠାନ ଓ ପରିବେଶ ସୁରକ୍ଷା ଅଭିଯାନ ର ମିଳିତ ଆନୁକୂଲ୍ୟରେ ଅବିଭକ୍ତ ପୁରୀଜିଲ୍ଲାର ସିଜୁପୁଟ୍ ଗ୍ରାମ ରେ ଏକ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଅଭିଯାନର ସଭାପତି ସଭାପତି ଏବଂ ପୂର୍ବତନ ଲେବର କମିସନର ଶ୍ରୀଯୁକ୍ତ ଡ.ପ୍ରଦୀପ କୁମାର ରଥ,ଏବଂ ସଂପାଦକ ଓ ପରିବେଶବିତ୍ ଶ୍ରୀଯୁକ୍ତ ରଘୁନାଥ ପୃଷ୍ଟି ଯୋଗ ଦେଇ କାର୍ଯ୍ୟକ୍ରମରେ ସମ୍ଭାଷଣ ରଖିଥିଲେ । ପିସ୍ ବେଲ୍ ଅନୁଷ୍ଠାନ ର ସଭାପତି ହରେ କୃଷ୍ଣ ବେହେରା ବୈଠକ କୁ ପରିଚାଳନା କରିବା ସହ ସମ୍ପାଦିକା କୁମାରୀ ରଶ୍ମିତା ବାରିକ୍,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦକ୍ଷିଣେଶ୍ବର ଜେନା,ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ସବିତା ରାଣୀ ପୃଷ୍ଠି, ସଦସ୍ୟ ଶ୍ରୀଯୁକ୍ତ ମଙ୍ଗେସ ମୁଖାର୍ଜୀ,କୁମାରୀ ଲକ୍ଷ୍ମୀ ପ୍ରିୟା ବେହେରା, ଶ୍ରୀମତି ସସ୍ମିତା ପ୍ରଧାନ ଓ ନବକୀଶୋର ପ୍ରଧାନ ଆଦି ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ରୂପାୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ମହିଳା, ଶିଶୁ, ଏବଂ ପୁରୁଷ ଯୋଗ ଦେଇଥିଲେ। ଚାଲୁଥିବା “ନମାମି ବୃକ୍ଷେ” କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ହିତ ପାଇଁ,ମାର୍ଗ ପ୍ରଦର୍ଶନ କରିବାର ଏହା ଏକ ପ୍ରୟାସ । ଏଣୁ ଅନୁଷ୍ଠାନ ତରଫରୁ ସମସ୍ଥଙ୍କର ସହଯୋଗ ଓ ଉପସ୍ଥିତି ପାଇଁ ପିସ ବେଲ ପରିବାର ଧନ୍ୟବାଦର୍ପଣ କରିଥିଲା ।

Leave A Reply

Your email address will not be published.