ଖୋର୍ଦ୍ଧା ରୁ ରବି ନାରାୟଣ ସାହୁ: : ବିଶ୍ବ ପରିବେଶ ଦିବସ ଅବସରରେ ଖୋର୍ଦ୍ଧା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିବେକାନନ୍ଦ ୟୁଥ କ୍ଲବ ଓ ଖୋର୍ଦ୍ଧା ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଶୀର୍ଷକ ଆଲୋଚନାଚକ୍ର ଏବଂ ଚାରାରୋପଣ କରାଯାଇଥିଲା । କ୍ଲବ ର ସମ୍ପାଦକ ତଥା ଧରିତ୍ରୀ ଜିଲ୍ଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ର ରେ ଖୋର୍ଦ୍ଧା ପୌର ଉପାଧ୍ୟକ୍ଷ ସୌର୍ୟରଞ୍ଜନ ମହାନ୍ତି ମୁଖ୍ୟଅତିଥି, ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ସନାତନ ମହାପାତ୍ର ସମ୍ମାନିତ ବକ୍ତା, ବିକାଶ ସାମ୍ବାଦିକ ଜୟନ୍ତ ରାୟ, ଇଶ୍ବର ମଙ୍ଗରାଜ, ନିରଞ୍ଜନ ଦୋରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବୃକ୍ଷ ହେଉଛି ଦାରୁ ଦେବତା। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ରୋକିବାକୁ ହେଲେ ବୃକ୍ଷରୋପଣ ଆବଶ୍ୟକତା ରହିଛି। ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନ କାଳରେ ଅନ୍ତତଃ ଗୋଟିଏ ଚାରା ଲଗାଇ ତାର ଯତ୍ନ ନିଅନ୍ତୁ। ପରିବେଶ ଆଡକୁ ହାତଟିଏ ବଢାନ୍ତୁ। ପରିବେଶ ସୁରକ୍ଷିତ ରହିଲେ ଜୀବଜଗତ ସୁରକ୍ଷିତ ରହିବ। ପରିବେଶ ସୁରକ୍ଷା ଦିଗରେ ସମସ୍ତଙ୍କ ଉତ୍ତରଦାୟିତ୍ଵ ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ସାମ୍ବାଦିକ ବାଲାଜୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଅତିଥି, ସାମ୍ବାଦିକ ଏବଂ କ୍ଲବ ସଦସ୍ୟ ମାନେ ମିଶି ନିମ୍ବ, କଦମ୍ବ, କରଞ୍ଜ ପ୍ରଭୃତି ୧୦ଟି ଚାରାରୋପଣ କରିଥିଲେ। ନିମ୍ବ ଚାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ଯରେ ସର୍ମପଣ କରିଛନ୍ତି। ପ୍ରତ୍ଯେକ ଚାରାର ରକ୍ଷଣାବେକ୍ଷଣ ସହ ଏଥିପ୍ରତି ଯତ୍ନବାନ ହେବା ଲାଗି ଅତିଥି ମାନେ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ର ସମସ୍ତ ଛାପା ଓ ବୈଦ୍ୟୁତିକ ଗଣ ମାଧ୍ୟମ ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.