ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଣ୍ଟର ଅଫ ଏନ୍ନଭାରୋନମେଣ୍ଟ ଷ୍ଟାଡିସ , ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ମହାରାଜାଙ୍କ ବାଳକ ଉଚ୍ଚ ବିଧ୍ୟାଳୟର ସହାୟତାରେ ପରିବେଶ ସମ୍ପର୍କିତ ସଚେତନତା ହୋର୍ଡିଙ୍ଗ ଭାରପ୍ରାପ୍ତ ଜିଲ୍ଲା ଜଙ୍ଗଲ ଅଧିକାରୀ ଶ୍ରୀଯୁକ୍ତ ଗୌରୀ ରଥ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବିଶ୍ୱ ପରିବେଶ ଦିବସର ତାତ୍ପର୍ଯ୍ୟ ଉପରେ କହଥିଲେ ଏବଂ ପରିବେଶ ବଞ୍ଚିଲେ , ଆମେ ବଞ୍ଚିବା ଓ ପରିବେଶ ସୁରକ୍ଷା , ଜୀବନ ରକ୍ଷା ଉପରେ ଗୁରତ୍ୱ ଆରୋପ କରି ଉପସ୍ଥିତ ଭାରତ ସ୍କାଉଟ ଓ ଗାଇଡ଼ସ ଛାତ୍ର ଓ ଉପସ୍ଥିତ ସମସ୍ତ ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କୁ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମତୀ ମୀନାକ୍ଷୀ ପାଢ଼ୀଙ୍କ ସମେତ ଶିକ୍ଷକ ହରିହର ଦାସ , ସି .ଏଚ ଭେଙ୍କତେସୁଲୁ , ଜଗନ୍ନାଥ ପଟ୍ଟନାୟକ , ସୁରେନ୍ଦ୍ର ପାତ୍ର , ଡ଼ି. ଶ୍ରୀ ରାମ ମୂର୍ତ୍ତୀ , ଏସ୍ . ଏଲ୍ ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.