ସାଂସଦଙ୍କ ଦାବି ପରେ ରାଜେନ୍ଦ୍ର କଲେଜରେ  ଖୋଲିଲା ସଂସ୍କୃତ ଓ ଗଣିତରେ ପିଜି ପାଠ୍ୟକ୍ରମ

0

ବଲାଙ୍ଗିର (ନିରୋଜ ମିଶ୍ର )

   ଶ୍ୱୟଂଶାସିତ ରାଜେନ୍ଦ୍ର ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଗତ ଜୁଲାଇ ୧୫ ତାରିଖରେ ମହାବିଦ୍ୟାଳୟ ପରିସର ରେ ବୁଦ୍ଧିଜୀବି ଏବଂ ଆଲୁମିନି କମିଟି ସମେତ କଲେଜର ଅଧ୍ୟକ୍ଷ ବିନୟ ଜେନା ଙ୍କ ସହ ଆଲୋଚନା ହୋଇଥିଲା । ଏହି ସଭାରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତଥିବା ବ୍ୟକ୍ତି ମାନେ ତାଙ୍କର ସୁଚିନ୍ତିତ ମତ  ଦେଇଥିଲେ । ସେଥି ମଧ୍ୟରୁ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବା କଥା ସାଂସଦଙ୍କୁ ଜଣାଇ ଦିଆଯାଇଥିଲା ଏବଂ ସଂସ୍କୃତଏବଂ ଗଣିତ  ବିଷୟରେ ସ୍ନାତକୋତ୍ତର ବିଭାଗ ଖୋଲିବା ପାଇଁ ଦାବୀ ହୋଇଥିଲା । ଏହି ଦାବୀ କୁ ସାଂସଦ ସଭାସ୍ଥଳରୁ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ଜଣାଇ ଦେଇଥିଲେ ଏବଂ ବଲାଙ୍ଗିର ବାସିଙ୍କ ଦାବୀ କୁ ଗୁରୁତର ସହ ନେବା ପାଇଁ ଅନୁରୋଧ କରିଥିଲେ । ପ୍ରକାଶ ଥାଉ କି ଯୁବନେତା ଅର୍କେଶ ନାରାୟଣ ଏବଂ  ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ୍ ଙ୍କ ସମେତ ଏକ ଛାତ୍ର ପ୍ରତିନିଧି ଦଳ ମଧ୍ୟ ଗତ ମଇ ୧୩ ତାରିଖରେ ମୁଖ୍ୟ ମନ୍ତ୍ରୀଙ୍କୁ ମଧ୍ୟ କଲେଜକୁ ଅବଶ୍ୟକ ସଂଖ୍ୟକ ଅଧ୍ୟାପକ ଯୋଗାଇଦେବା  ଏବଂ ବିଶ୍ୱବିଦ୍ୟଳୟ ର ମାନ୍ୟତା ଉପରେ ଚର୍ଚା  କରିଥିଲେ । ଏହି ପରିପ୍ରେକ୍ଷିରେ ଇତି ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗ ସାଂସଦଙ୍କ ପ୍ରଚେଷ୍ଟା ଯୋଗୁଁ ସଂସ୍କୃତ ଏବଂ ଗଣିତ ବିଷରେ ୧୬ ଟି ଲେଖାଏଁ ସିଟ ସହିତ ସ୍ନତକୋତ୍ତର ପାଠ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଆଜି ବିଧି ବଧ ଭାବରେ ଅନୁମତି ପ୍ରଦାନ କରିଛନ୍ତି । ସାଂସଦ ଙ୍କ ତରଫରୁଏଥି ପାଇଁ ରାଜ୍ୟ ସରକାର ଏବଂ ବଲାଙ୍ଗିର ବାସୀ ଙ୍କ ସହେଯାଗ  ପାଇଁ କୃତଞତା ପ୍ରଦାନ କରାଯାଇଛି । 

  

 

Leave A Reply

Your email address will not be published.